Report Card Odisha

| Daily Odia News

ସମାଚାରକୁ ପ୍ରସାରଣ କରିବା ପୂର୍ବରୁ ଯାଞ୍ଚ କରନ୍ତୁ…

ରିପୋର୍ଟ କାର୍ଡ / ଭୁବନେଶ୍ବର

ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ। ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍। ‘ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ (ଏବିୟୁ) ଜେନେରାଲ ଆସେମ୍ବ୍‌ଲି’-୨୦୨୨ର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ଏହି ଅବସରରେ ଶ୍ରୀ ଠାକୁର କହିଲେ ଯେ ଯେଉଁ ଗତିରେ ସୂଚନାକୁ ପ୍ରସାରିତ କରାଯାଉଛି ତାହା ବହୁତ ମହତ୍ତ୍ବପୂର୍ଣ୍ଣ । କିନ୍ତୁ ସଠିକତା ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହି ବିଷୟ ପ୍ରତି ସମାଚାର ପରିବେଷଣକାରୀମାନେ ଧ୍ୟାନ ଦେବା ଉଚିତ୍‌। ସୋସିଆଲ୍ ମିଡିଆର ପ୍ରସାର ସହିତ ମିଛ ଖବର ବା ଫେକ୍‌ ନ୍ୟୁଜର ମଧ୍ୟ ପ୍ରସାର ହେଉଛି। ମିଛ ଖବରକୁ ପ୍ରତିହତ କରିବା ଏବଂ ଲୋକଙ୍କ ନିକଟରେ ସତ୍ୟ ଉପସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ସେ କହିଲେ ଜନସାଧାରଣଙ୍କ ବିଶ୍ୱାସକୁ ବଜାୟ ରଖିବା ଦାୟିତ୍ବପ୍ରାପ୍ତ ଗଣମାଧ୍ୟମ ସଂଗଠନଗୁଡିକ ପାଇଁ ସର୍ବୋଚ୍ଚ ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଉଚିତ୍। ଦେଶରେ ସାର୍ବଜନୀନ ଗଣମାଧ୍ୟମ ସଂସ୍ଥା ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ସର୍ବଦା ସତ୍ୟ ଖବର ପକ୍ଷରେ ରହିଛି। ସଙ୍କଟ ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଗଣମାଧ୍ୟମ ସିଧାସଳଖ ଜୀବନ ରକ୍ଷା କରିବା ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରମୁଖ ଭୂମିକା ନିର୍ବାହ କରିଥାଏ।

 

Breaking News