Report Card Odisha

| Daily Odia News

ଆମେରିକାକୁ ସତର୍କ କଲା ଚୀନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସହିତ ତା’ର ସମ୍ପର୍କ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ଚୀନ୍‌ ଆମେରିକାକୁ ସତର୍କ କରିଛି | ଏକଥା କଂଗ୍ରେସ୍‌ରେ ଦାଖଲ କରିଥିବା ରିପୋର୍ଟରେ ଆମେରିକୀୟ ଯୁଦ୍ଧ ବିଭାଗ ‘ପେଣ୍ଟାଗନ୍‌’ ଉଲ୍ଲେଖ କରିଛି। ମଙ୍ଗଳବାର  ଦାଖଲ କରାଯାଇଥିବା ଉକ୍ତ ରିପୋର୍ଟରେ ‘ପେଣ୍ଟାଗନ୍‌’ କହିଛି | ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ‌ରେ ଭାରତ ସହିତ ସଂଘର୍ଷମୟ ପରିସ୍ଥିତି ସମୟରେ ସୀମାନ୍ତ ସ୍ଥିରତା ରକ୍ଷା କରିବା ଏବଂ ଭାରତ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଥିବା ଚୀନ୍‌ର ଦ୍ବିପାକ୍ଷିକ ସମ୍ପର୍କକୁ କ୍ଷତି ନ କରିବା ଲାଗି ଚୀନ୍‌ ଅଧିକାରୀମାନେ ସଂଘର୍ଷଜନିତ ସଙ୍କଟର ଉତ୍କଟତା ଉପରେ ଗୁରୁତ୍ବାରୋପ କରି ନ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତର ଅଧିକ ନିକଟତର ନ କରାଇ ଦେବା ଲାଗି ‘ପିପୁଲ୍‌ସ୍‌ ରିପବ୍ଲିକ୍‌ ଅଫ୍‌ ଚାଇନା’ ସୀମାନ୍ତ ଉତ୍ତେଜନା ପ୍ରତିରୋଧ କରିବା ଲାଗି ଇଚ୍ଛୁକ। ‘ପିପୁଲ୍‌ସ୍‌ ରିପବ୍ଲିକ୍‌ ଅଫ୍‌ ଚାଇନା’ର ଅଧିକାରୀମାନେ ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାରୀମାନଙ୍କୁ ସତର୍କ କରାଇ କହିଛନ୍ତି, ଭାରତ ସହିତ ‘ପିପୁଲ୍‌ସ୍‌ ରିପବ୍ଲିକ୍‌ ଅଫ୍‌ ଚାଇନା’ ବ୍ୟାପାରରେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ‘ପେଣ୍ଟାଗନ୍‌’ ଉକ୍ତ ରିପୋର୍ଟରେ କହିଛି। ଭାରତ-ଚୀନ୍‌ ସୀମାନ୍ତ ପ୍ରସଙ୍ଗରେ ‘ପେଣ୍ଟାଗନ୍‌’ କହିଛି, ୨୦୨୧ ବର୍ଷ ତମାମ ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ ସେନା ମୁତୟନ ଜାରି ରଖିବା ସହିତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ ଜାରି ରଖିଥିଲା। ସୀମାନ୍ତରେ ହାସଲ କରିଥିବା ସୁବିଧା ନ ହରାଇବାକୁ ଅଡ଼ି ବସିବାରୁ ଦୁଇ ଦେଶ ମଧ୍ୟରେ ବୁଝାମଣା ବିଶେଷ ଫଳପ୍ରଦ ହୋଇ ନ ଥିଲା। ପରସ୍ପରର ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଦୁଇ ଦେଶ ଦାବି କରିବା ସହିତ ସ୍ଥିତାବସ୍ଥାକୁ ଫେରିଯିବା ପାଇଁ କହୁଥିଲେ ବି କେହି ସର୍ତ୍ତାବଳି ମାନିବାକୁ ରାଜି ନ ଥିଲେ।

Breaking News