Report Card Odisha

| Daily Odia News

ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣ,୩ ମୃତ, ୨୪ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପାକିସ୍ତାନର ବାଲୋଚିସ୍ତାନ ନିକଟ କ୍ବେଟ୍ଟାର ବାଲେଇ ଅଞ୍ଚଳରେ ଗୋଟାଏ ପୋଲିସ ଟ୍ରକ୍‌କୁ ଟାର୍ଗେଟ୍‌ କରି ସଂଗଠିତ ଆତ୍ମଘାତୀ ବିସ୍ଫୋରଣ ହୋଇଛି | ବିସ୍ଫୋରଣରେ ଜଣେ ପୋଲିସ ଓ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା କ୍ବେଟ୍ଟା ପୋଲିସ ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଗୁଲାମ ଅଜ୍‌ଫର୍‌ ମାହେସର୍‌ କହିଛନ୍ତି। ଏହି ବିସ୍ଫୋରଣ ଯୋଗୁଁ ୨୦ଜଣ ପୋଲିସ ଅଫିସର୍‌ଙ୍କ ସମେତ ଆଉ ୨୪ଜଣ ଆହତ ହୋଇଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବିସ୍ଫୋରଣସ୍ଥଳରେ ଥିବା ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ଟ୍ରକ୍‌ ନିକଟରେ ବିସ୍ଫୋରଣ ଘଟିଛି। ପୋଲିସ କର୍ମଚାରୀମା‌ନଙ୍କୁ ସୁରକ୍ଷା ଦେବାକୁ ଯାଉଥିବା ଉକ୍ତ ଟ୍ରକ୍‌ ବିସ୍ଫୋରଣ ଯୋଗୁଁ ଓଲଟି ଖାତରେ ପଡ଼ିଯାଇଛି। ଏହି ବିସ୍ଫୋରଣ ଯୋଗୁଁ ପୋଲିସ ଟ୍ରକ୍‌ ସମେତ ଗୋଟାଏ ସୁଜୁକି ମେହ୍‌ରାନ୍‌ ଏବଂ ଗୋଟାଏ ଟୋୟୋଟା କରୋଲା ନଷ୍ଟ ହୋଇଯାଇଛି। ଏହି ବିସ୍ଫୋରଣରେ ପ୍ରାୟ ୨୫ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିବା ଜଣାପଡୁଛି । ଆଜିର ଏହି ବିସ୍ଫୋରଣ ପାଇଁ ନିଷିଦ୍ଧ ଘୋଷିତ ‘ତେହ୍‌ରୀକ୍‌-ଇ-ତାଲିବାନ୍‌ ପାକିସ୍ତାନ’ ଦାୟୀ ବୋଲି ଘୋଷଣା କରିଥିବା କଥା ‘ଡନ୍‌’ ରିପୋର୍ଟ କରିଛି ।

Breaking News