ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେଉଛି । ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାର ୮୯ଟି ଆସନ ପାଇଁ ମତଦାନ ଜାରିରହିଛି । ଦକ୍ଷିଣ ଗୁଜରାଟ ଓ କଚ୍ଛ-ସୌରାଷ୍ଟ୍ର ଅଞ୍ଚଳର ପ୍ରାୟ ୨କୋଟି ୪୦ ଲକ୍ଷ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ । ଏଥିପାଇଁ ୨୫,୪୩୪ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ରେଭୋଟ ଗଣତି ହେବ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..