Report Card Odisha

| Daily Odia News

ପ୍ରଚଳନ ହେଲା ଡିଜିଟାଲ ଟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ରିଜର୍ଭ ବ୍ୟାଙ୍କ ପାହ୍ୟାରୁ ଆଜିଠାରୁ ପରୀକ୍ଷାମୂଳକ ଭାବରେ ଡିଜିଟାଲ ଟଙ୍କା ପ୍ରଚଳନ ହେଉଛି। ଡିଜିଟାଲ ମୁଦ୍ରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ମଜବୁତ କରିବ ବୋଲି କୁହାଯାଉଛି ।  ପ୍ରଥମ ପର୍ଯ୍ୟାୟରେ ଏହା ଦେଶର ମୁମ୍ବଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱର ଆଦି ଚାରିଟି ସହରରେ ପ୍ରଚଳନ କରାଯିବ। ଏଥିପାଇଁ ଭାରତୀ ରିଜର୍ଭ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେଶ୍‍ ବ୍ୟାଙ୍କ ଏବଂ ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ ସହିତ ସହଭାଗିତା କରିଛି। ପ୍ରଥମେ ଏହା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀଙ୍କୁ ନେଇ କିଛି ନିର୍ଦ୍ଦିଷ୍ଟ ବର୍ଗରେ ସୀମିତ ରହିବ। ଏହି ଇ-ରୂପି ବା ଡିଜିଟାଲ ଟଙ୍କା ଦେଶରେ ପ୍ରଚଳିତ କାଗଜ ନୋଟ୍‍ ମୂଲ୍ୟ ସହିତ ସମାନ ରହିବ। ଏହାକୁ ନିର୍ଦ୍ଧାରିତ ବ୍ୟାଙ୍କଗୁଡିକ ଗ୍ରାହକ ଓ ବ୍ୟବସାୟୀଙ୍କୁ ଯୋଗାଇବେ। ତାହାକୁ ମୋବାଇଲ ଫୋନ୍‍ ଅଥବା ତତ୍ତୁଲ୍ୟ ଉପକରଣରେ ଗଚ୍ଛିତ ରଖାଯାଇଥିବା ଡିଜିଟାଲ ୱାଲେଟ ସହାୟତାରେ କାରବାର କରାଯାଇପାରିବ। ବ୍ୟବହାରକାରୀ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରଦର୍ଶିତ କ୍ୟୁ ଆର୍‍ କୋଡକୁ ବ୍ୟବହାର କରି ଏହି ଡିଜିଟାଲ ଟଙ୍କା ଜରିଆରେ ଦେଣନେଣ କରିପାରିବେ। କାଗଜ ନୋଟ୍‍ ଭଳି ଏହା ମଧ୍ୟ ବିଶ୍ୱସନୀୟ, ସୁରକ୍ଷିତ ଏବଂ କାରବାର ନିମନ୍ତେ ବୈଧ ବୋଲି ଆର୍‍ବିଆଇ ପକ୍ଷରୁ କୁହାଯାଇଛି। ସିଧାସଳଖ ବ୍ୟାଙ୍କ ଜମାରେ ରୂପାନ୍ତରିତ କରାଯାଇପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବ୍ୟବସ୍ଥାରେ ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଏଚଡିଏଫ୍‍ସି ବ୍ୟାଙ୍କ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଏହି ପାଇଲଟ୍ ପ୍ରୋଜେକ୍ଟରେ ସାମିଲ୍ କରାଯିବ। ଏହାକୁ ଅହମଦାବାଦ, ଗାଙ୍ଗଟକ, ହାଇଦରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା, ଶିମଳା ଆଦି ସହରକୁ ସମ୍ପ୍ରସାରିତ କରାଯିବ। ପରିଶେଷରେ ଏହା ଦେଶର ଅନ୍ୟାନ୍ୟ ଭାଗକୁ ପରିବ୍ୟାପ୍ତ ହେବ ବୋଲି ଜଣାପଡିଛି | ଏହା କୌଣସି ଥାର୍ଡ଼ ପାଟି ଦ୍ୱାରା ବ୍ୟବହାର ହେବ ନାହିଁ | ବିଶେଷଜ୍ଞଙ୍କ କହିବା କଥା ଅନୁସାରେ -ଡିଜିଟାଲ୍ ଟଙ୍କାର ମୁକାବିଲା ମୋବାଇଲ୍ ଓ୍ଵାଲେଟ୍ ଯଥା ପେଟିଏମ ଏବଂ ଗୁଗଲ ପେ ସହ ହେଉ ନାହିଁ। ଡିଜିଟାଲ୍ ମୁଦ୍ରା ପେମେଣ୍ଟର ଏକ ନୂତନ ତରିକା। ଏହା ଆଧାରରେ ବ୍ୟାଙ୍କରୁ ଥରୁଟିଏ ଡିଜିଟାଲ୍ ଟଙ୍କା କିଣିବାକୁ ପଡିବ। ଏହା ପରେ ଓ୍ଵାଲେଟ୍‌ରୁ ଓ୍ଵାଲେଟ୍‌ରେ ନେଣଦେଣ କରି ହେବ ।

Breaking News