Report Card Odisha

| Daily Odia News

ଇଡିରେ ହାଜର ହୋଟେଲ ମାଲିକ ଶିବ ପ୍ରସାଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଯେତେ ଖୋଳିଲେ ସେତେ ବାହାରୁଛି ନାଗ ଦମ୍ପତିଙ୍କ ଗୁମର | ଅର୍ଚ୍ଚନା ନାଗ ମାମଲାରେ ଛନ୍ଦି ହୋଇପଡିଛନ୍ତି ବଡ ବଡ଼ିଆ | ପ୍ରତେକ ଦିନ କାହାକୁ ନା କାହାକୁ ଇଡି ଜେରା କରୁଛି | ଆଜି ଇଡିରେ ହାଜର ହୋଇଛନ୍ତି ହୋଟେଲ ମାଲିକ ଶିବ ପ୍ରସାଦ ଦାସ । ମାଷ୍ଟରକ୍ୟାଣ୍ଟିନ ଠାରେ ଥିବା ତାଜ ହୋଟେଲରେ ହୋଇଥିଲା ଡିଲ୍ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳୀ ଉଭୟ ସେହି ହୋଟେଲରେ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବ୍ଲାକମେଲ । ଏହାକୁ ନେଇ ଛାନଭିନ୍ କରୁଛି ଇଡି । ସେହିପରି ଅନ୍ୟପଟେ ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ କୋର୍ଟ । ଆଜି ଅର୍ଚ୍ଚନା ଜାମିନ ପାଇଁ ଉପର କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି |

Breaking News