ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଆଜିକାଲି ଯୁବପିଢିଙ୍କୁ ଫଟୋ ଉଠାଇବା ବିଡ଼ିଓ କରିବା ବହୁତ ସଉକ | ଏହି ଫଟୋ ଭିଡିଓ କରିବା ନିଶା ଏତେ ବଢିଯାଇଛି ଯେ ନିଜ ଜୀବନକୁ ବାଜିଲଗାଇଦେଉଛନ୍ତି | ସେଲ୍ଫି ନେଲାବେଳେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି | ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କି ଖୋର୍ଦ୍ଧା ତାପଙ୍ଗ ରେଳ ଷ୍ଟେସନ୍ରୁ । ଷ୍ଟେଶନରେ ଠିଆ ହୋଇଥିବା ଏକ ମାଲ୍ବାହୀ ଟ୍ରେନ୍ ଉପରେ ଚଢ଼ି ଜଣେ ଯୁବତୀ ସେଲ୍ଫି ନେଉଥିବା ବେଳେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲକୁ ନିଆଯାଇଥିଲା | ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ବର ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବାନେଇ ଖୋର୍ଦ୍ଧା ରୋଡ୍ ଆର୍ପିଏଫ୍ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଯୁବତୀଙ୍କ ପରିଚୟ ମିଳିପାରିନାହିଁ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….