Report Card Odisha

| Daily Odia News

ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଚିନ୍ତାଧାରା ଉନ୍ନତମାନର ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଭାଷା ଶାଳୀନତା ବିହୀନ ହୋଇପାରେ। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି।

ବୃଷ : ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଧନବାନ୍‌ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ପଦପଦବୀ ଓ ମର୍ଯ୍ୟାଦାସମ୍ପନ୍ନ ହେବେ।

ମିଥୁନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବିବେକାନୁମୋଦିତ ସତ୍‌ମାର୍ଗରେ ଯାଇ କଳ୍ମଷ ଦୂର କରିବେ।

କର୍କଟ : ଭୋଗପ୍ରିୟ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଉପକାରୀଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ବୁଦ୍ଧିମାନ୍‌ ହେବେ। ବିବାଦରେ ବିଜୟୀ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି।
ସିଂହ : ଉପୁଜିଥିବା ଶତ୍ରୁତାର ଅବସାନ ଘଟିବ। ବିଭିନ୍ନ ସୂତ୍ରରୁ ଧନ ଆହରଣ କରିବାରେ ସିଦ୍ଧହସ୍ତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ତେଜୀୟାନ୍‌ ହେବେ। ସାରା ଦିନ ସତର୍କତାର ସହ ଚଳିବାକୁ ପଡ଼ିବ।
କନ୍ୟା : ଶାସ୍ତ୍ର ଅଧ୍ୟୟନରେ ବ୍ରତୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ମିଳିବ। ଲୋକମାନଙ୍କଠାରୁ ସ୍ନେହଶ୍ରଦ୍ଧା ମିଳିବ। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତି ହେବ। ପ୍ରୀତି ଓ ବନ୍ଧୁମିଳନ ହେବ।

ତୁଳା : ବିଭିନ୍ନ ସ୍ତରରୁ ଧନାଗମ ହେବ। ସତ୍‌ଚିନ୍ତନ ଆପଣଙ୍କ ପ୍ରାଣଶକ୍ତିକୁ ଶୁଦ୍ଧପୂତର ସାହାରା ହୋଇପାରେ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ଋଣମୁକ୍ତ ହେବେ। ଗର୍ବଭାବ ନିର୍ବାପିତ ହେବ।

ବିଛା : ନିସର୍ଗ ସୁଖର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ପ୍ରଭୁଙ୍କ ନାମ ଜପାମାଳି ହେବ। ଅଧ୍ୟୟନରତ ହେବେ। ପାରିବାରିକ ସୁଖ ମିଳିବ। ଶିଶୁବତ୍ସଳ ହେବେ।
ଧନୁ : ବକ୍ତବ୍ୟ ଉଚ୍ଚକୋଟୀର ହୋଇପାରେ। ଶ୍ରେଷ୍ଠାସନରେ ଗାଦିନସୀନ ହୋଇପାରନ୍ତି। କୃପା ନିଧାନଙ୍କ କୃପାପାତ୍ର ହେବେ। ଦେବ, ଗୁରୁ, ଦ୍ବିଜଭକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ସତର୍କରେ ଚଳିବେ।
ମକର : ବିଳାସବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି। ଧୈର୍ଯ୍ୟହାନି ଘଟିପାରେ। କୂଟନୀତିରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

କୁମ୍ଭ : ତେଜୀୟାନ ହେବେ। ଧର୍ମଦାଣ୍ଡର ପଥିକ ହୋଇପାରନ୍ତି। ଜନବଲ୍ଲଭ ହେବେ। ସାମାଜିକ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ। ବିଚାର ଉଚ୍ଚକୋଟୀର ହୋଇପାରେ। ଅର୍ଥ ପ୍ରାପ୍ତ ହେବ।

ମୀନ : ସୁସ୍ଥ ଓ ନିରୋଗ ଶରୀରଯୁକ୍ତ ହେବେ। କୀର୍ତ୍ତିମାନ୍‌ ହେବେ। ଜନସାଧାରଣଙ୍କ ପ୍ରାଣାଧିକ ହେବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। କର୍ମକ୍ଷେତ୍ରରେ ଉତ୍ସାହ ବୋଧ ଭାବାପନ୍ନ ହୋଇପାରନ୍ତି।

Breaking News