ରିପୋର୍ଟ କାର୍ଡ / କଟକ
ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ଅନ୍ତରଙ୍ଗ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଯାଇଛି | ଏଭଳି ଘଟଣା କଟକ ରୁ ସାମ୍ନାକୁ ଆସିଛି | ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା ସଂପର୍କରେ ଥିଲା। ଏବେ କଟକରେ ରହୁଥିବା ଏହି ଯୁବତୀଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବାରୁ ତାହା ପ୍ରେମରେ ପରିଣତ ହୋଇଥିଲା । ଉଭୟ ବିଭିନ୍ନ ସ୍ଥାନରେ ଏକାଠି ରହିଥିଲେ। ସଂପୃକ୍ତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। କିନ୍ତୁ, ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏଥିରେ ଯୁବତୀ ରାଜି ନ ହେବାରୁ ସମସ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲା। ଏ ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋକୁ ଡିଲିଟ୍ କରିବାକୁ ଫେସ୍ବୁକ ଓ ହ୍ୱାଟ୍ସଆପ୍ର ସହାୟତା ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..