Report Card Odisha

| Daily Odia News

ବିଜେପିର ଶଗଡ଼ ଗାଡ଼ି ସହ ଟ୍ରାକ୍ଟର ରାଲି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିକ୍ଷଙ୍କ ପରେ ଚାଷୀଙ୍କ ପ୍ରସଙ୍ଗ ନେଇ ବିଧାନସଭା ହୁଲୁସ୍ତୁଲୁ । ଆଜି ବିଜେପି ବିଧାୟକମାନେ ପୋଡ଼ିଅମ୍ ତଳେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଚାଷୀ ପ୍ରସଙ୍ଗ ଉଠାଇଥିଲେ କରିଥିଲେ। ଏହାପରେ ବିଜେପି ବିଧାୟକମାନେ ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ଗୋଟିଏ ପଟେ ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ, ଆଉ ଏ ପଟେ ଚାଷୀ ପ୍ରସଙ୍ଗରେ ରାଜଧାନୀ ରାଜାରାସ୍ତାରେ ଅଭିନବ ଉପାୟରେ ରାଜ୍ୟ ବିଜେପି ପକ୍ଷରୁ ପ୍ରତିବାଦର ସ୍ୱର ଉଠିଛି। ବିଧାନସଭା ସମ୍ମୁଖରେ ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନର ୧୫ତମ ଦିନରେ ଚାଷୀମାନଙ୍କୁ ନେଇ ବିଧାନସଭା ଘେରାଉ କରିବାକୁ ସଜବାଜ ହୋଇଛି ବିଜେପି। ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରୁ ବଳଦ ଶଗଡ଼ ଗାଡ଼ି ସହ ଟ୍ରାକ୍ଟର ରାଲି କରାଯାଉଛି। ବିଜେପିର ବହୁ କର୍ମୀ ରାମ ମନ୍ଦିର ଛକରୁ ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ୍ ଦେଇ ବିଧାନସଭା ଆଡ଼କୁ ଯଇଥିଲେ |

Breaking News