ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ ଜାରି ରଖିଛି। ଅଭିଯୁକ୍ତା ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ଇଡି ପ୍ରସ୍ତୁତି କରୁଛି। ଗତ ବୁଧବାର ଅର୍ଚ୍ଚନା କୋର୍ଟରେ ହାଜର ହୋଇଥାନ୍ତେ। କୌଣସି କାରଣ ପାଇଁ ସେ ହାଜର ହୋଇପାରି ନ ଥିଲେ। ତେବେ ଆସନ୍ତା ଡିସେମ୍ବର ୫ ଅର୍ଥାତ୍ ସୋମବାର ଅର୍ଚ୍ଚନା କୋର୍ଟରେ ହାଜର ହେବେ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ପକ୍ଷରୁ ଆବେଦନ କରାଯିବ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଇଡି ରିମାଣ୍ଡରେ ଆଣିପାରେ ବୋଲି କୁହାଯାଉଥିଲା। ହେଲେ ଇଡି ପକ୍ଷରୁ ପ୍ରଥମେ ଅର୍ଚ୍ଚନାଙ୍କୁ ଅଣାଯାଇପାରେ ବୋଲି ସୂଚନା ମିଳିଛି। ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସମୟରେ ଶ୍ରଦ୍ଧାଞ୍ଜଳି ବେହେରା, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ତ୍ରିମୁଖୀ ଜେରା କରିବାକୁ ଇଡି ଯୋଜନା ରଖିଛି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….