Report Card Odisha

| Daily Odia News

ବଢିବ କର୍ମଚାରୀଙ୍କ ଦରମା!..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରୀୟ କର୍ମଚାରୀଙ୍କର ୨୦୨୩ ବର୍ଷ ଆରମ୍ଭରେ ଦରମାକୁ ନେଇ ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଦୀର୍ଘଦିନ ଧରି ଚାଲି ଆସୁଥିବା ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି । ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଫିଟମେଣ୍ଟ ଫ୍ୟାକ୍ଟର ଉପହାର ଦେଇ ପାରିବେ । ଏହାଛଡ଼ା ପ୍ରିୟତା ଭତ୍ତା ଏବଂ ପୁରୁଣା ପେନସନ ଯୋଜନା ଉପରେ ନିଷ୍ପତ୍ତି ନିଆଯାଇପାରେ । ପ୍ରିୟତା ଭତ୍ତା, ଏଚଆରଏ, ଟିଏ ପଦନ୍ନୋତି ପରେ ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ଆସନ୍ତା ବର୍ଷ ପାଇଁ ସରକାର ଆଲୋଚନା କରିପାରନ୍ତି । ଏହି ଉତ୍ସକୁ ଯଦି ବିଶ୍ୱାସ କରାଯାଏ ତେବେ ସରକାର କର୍ମଚାରୀଙ୍କ ଦରମାରେ ୮ହଜାର ବୃଦ୍ଧି କରିବାକୁ ବିଚାର କରିଥିବା ନେଇ ଜଣାପଡୁଛି | ଦେଖିବାକୁ ଗଲେ ସପ୍ତମ ବେତନ ଆୟୋଗ ଅଧୀନରେ କର୍ମଚାରୀମାନେ ୧୮୦୦ ଟଙ୍କା ପାଇଛନ୍ତି । ଆସନ୍ତା ୨୦୨୩ ବର୍ଷ ଫେବୃଆରୀ ୧ ତାରିଖରେ ବଜେଟ ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଏହି ଚାହିଦା ସରକାର ପୂରଣ ପାଇଁ ନିଷ୍ପତ୍ତି ନେଇ ପାରନ୍ତି । ପ୍ରତିବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ପ୍ରତି ୬ମାସ ଅର୍ଥାତ ଜୁଲାଇ ଏବଂ ଜାନୁଆରୀରେ ହୋଇଥାଏ । ସେହିପରି ୨୦୨୩ର ଜାନୁଆରୀ ମାସରେ ପ୍ରିୟତା ଭତ୍ତା ମାର୍ଚ୍ଚ ମାସ ପୂର୍ବରୁ ଘୋଷଣା କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତିକୁ ଆକଳନ କରାଯାଇ ଲାଗୁଛି, ଆସନ୍ତା ୪ ପ୍ରତିଶତ ଡିଏ ବୃଦ୍ଧି ଘଟିପାରେ ।

 

Breaking News