Report Card Odisha

| Daily Odia News

ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ହୋଇପାରନ୍ତି। ଲୋକପୂଜ୍ୟ ହେବେ। ପରସେବକ ହୋଇପାରନ୍ତି। ଧନଶାଳୀ ହେବେ।

ବୃଷ : ଗୁଣ ଓ ମିତ୍ରହୀନ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦେବକାର୍ଯ୍ୟରେ ନିୟୋଜିତ​‌ ହେବେ। ଭାଷା କୋମଳ ଓ କଲ୍ୟାଣକାରୀ ହେବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ଗୁଣୀ ଓ ଭୋଗୀ ହେବେ। ପ୍ରସନ୍ନତା ଲାଭ କରିବେ। ବ୍ୟବସାୟରେ ଅଧିକ ଲାଭ ଓ ପୁଷ୍ପାଭରଣ ହୋଇପାରନ୍ତି।

କର୍କଟ : ସରକାରୀ ଧନ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ସ୍ବତ୍ବ, ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ। ବୃକ୍ଷ, ଘାଟ, କୂପାଦି କାର୍ଯ୍ୟ କରି ଧନ ଅର୍ଜନ କରିପାରନ୍ତି।

ସିଂହ : ଧନବାନ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇ କାର୍ଯ୍ୟ କରିବେ। ସ୍ବଧର୍ମ କ୍ରିୟା ସମ୍ପାଦନ କରିବେ। ଶତ୍ରୁତାର ଅବସାନ ଘଟିବ। ସତ୍‌ପୁତ୍ରର ପିତା ହେବେ। ରାଜତୁଲ୍ୟ ହେବେ। ପରୋପକାରୀ ହେବେ।

କନ୍ୟା : ମନ ଅସ୍ଥିର ରହିପାରେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ଧନଭୋଗୀ ହେବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ। ସୁସ୍ଥ ରହିବେ।

ତୁଳା : ସମାଜସେବା ପ୍ରତି ମନ ବଳାଇପାରନ୍ତି। ପତ୍ନୀ ଗୁଣବତୀ, ପଦାର୍ଥପ୍ରିୟା ହୋଇପାରନ୍ତି। ପୁତ୍ରବତୀ, ଧର୍ମଯୁକ୍ତା ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଅବିବାହିତ ମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।

ବିଛା : ସତ୍ୟବାଦୀ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ପିତୃଭକ୍ତିଯୁକ୍ତ ହେବେ। ସୁଶ୍ରୀ ଓ ଭାଗ୍ୟବାନ ହେବେ। ରାଜପୂଜିତ ହେବେ। ପରାକ୍ରମଶାଳୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

ଧନୁ : ପୁତ୍ର, କନ୍ୟାଙ୍କ ପାଇଁ ସୁଖଭୋଗୀ ହେବେ। ସତ୍‌ ଚରିତ୍ରସମ୍ପନ୍ନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ସେବାପ୍ରିୟ ହେବେ। ମାନ-ସମ୍ମାନଯୁକ୍ତ ହେବେ। ଶାନ୍ତ, ନିପୁଣ, ମେଧାବୀ, ବିଦ୍ବାନ ଓ ଦୟାଳୁ ହେବେ।

ମକର : କୃଷିକର୍ମ ଲାଭଜନକ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଜଳାଶୟ ହେତୁ ପିତୃସେବାରୁ ସୁଖପ୍ରାପ୍ତ ହେବ। ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ବିସ୍ତାର କରିପାରନ୍ତି।

କୁମ୍ଭ : ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। କ୍ଷମାଶୀଳ ହେବେ ଉପକାରୀଠାରେ କୃତଜ୍ଞ ହେବେ। ସର୍ବଦା ସତ୍ୟପରାୟଣ, ସୁଶୀଳ ହେବେ। ପଣ୍ଡିତଙ୍କ ସହିତ ମିତ୍ରତା ସ୍ଥାପନ କରିବେ।

ମୀନ : ତ୍ୟାଗଶୀଳ ହେବେ। ମତିମାନ୍ ହୋଇପାରନ୍ତି। ଚଞ୍ଚଳମନା ଓ ଅତି ସୁଖୀ ହେବେ। କୀର୍ତ୍ତିମାନ ଓ ସହିଷ୍ଣୁ ହେବେ। ବହୁ ଉପାୟରେ, ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ ଧନଲାଭ ହେବ।

 

Breaking News