ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଂଜିତ ବେହେରା।ଭୁବନେଶ୍ୱର ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ନିର୍ମାଣର ଆର୍କିଟେକ୍ଟ ରଂଜିତ ବେହେରା ଇଡିରେ ହାଜର ହେବାନେଇ ଖବର ମିଳିଥିଲା। ଗତକାଲି ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ବି ଇଡି ପାଖାପାଖି ୧୩ ଘଣ୍ଟାକାଳ ଜେରା କରିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଇଡି ଆଜି ଅର୍ଚ୍ଚନା ନାଗଙ୍କୁ ପଚାରିପାରେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବା ନେଇ ଚର୍ଚ୍ଚା ହେଉଛି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..