Report Card Odisha

| Daily Odia News

ଲିଭ୍‌-ଇନ୍‌-ରିଲେସନ୍‌ସୀପ୍‌ ,ପରକୀୟା ପ୍ରୀତି ଉପରେ କଡ଼ା ନିୟମ ଲାଗୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲିଭ୍‌-ଇନ୍ ରିଲେସନସୀପ୍ କୁନେଇ ନିୟମ ପରିବର୍ତ୍ତନ କରିଛନ୍ତି ସରକାର | ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆରେ ସରକାର ଲିଭ୍‌-ଇନ୍ ରିଲେସନସୀପ ନିୟମ ଉପରେ ପ୍ରବର୍ତ୍ତନ କରିଥିବା ଜଣାପଡିଛି । ବହୁପ୍ରତିକ୍ଷିତ ଏବଂ ବିବାଦୀୟ ଦଣ୍ଡସଂହିତାକୁ ସଂସୋଧନକୁ ଦେଶର ସଂସଦ ମଞ୍ଜୁରୀ ଦେଇଛି। ଏହି ଅଇନ୍ ଅନୁଯାୟୀ ବିବାହ ପୁର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ଦଣ୍ଡନୀୟ ଅପରାଧ। ଏଥିରେ ଲିଭ୍‌-ଇନ୍‌-ରିଲେସନସିପ୍ ଏବଂ ପରକୀୟା ପ୍ରୀତି (ଏକ୍ସଟ୍ରା ମାରିଟିଆଲା ଆଫୟାର୍ସ) ମଧ୍ୟ ସାମିଲ ରହିଛି। ଏହି ଆଇନ୍ ଦେଶର ନାଗରିକ ମାନଙ୍କ ସହିତ ବିଦେଶୀଙ୍କ ଉପରେ ମଧ୍ୟ ଲାଗୁ ହେବ। ତେବେ ବିଶେଷଜ୍ଞମାନେ ଏହା ଦେଶର ସ୍ୱତନ୍ତ୍ରତା ହାନୀ କରିବ ବୋଲି କହିଛନ୍ତି । ଇଣ୍ଡୋନେସିଆର ଏକ ସଂସଦୀୟ ଦଳ ଏହି ବିଧେୟକକୁ ପୁର୍ଣ୍ଣ ରୂପ ଦେଇଥିଲେ । ଯାହା ଆଜି ସଂସଦରେ ପାରିତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଆଇନ୍ ଅନୁଯାୟୀ ବିବାହ ପୁର୍ବରୁ ଯୌନ ସମ୍ପର୍କ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଏକ ବର୍ଷ ସଜା ହେବ । ତେବେ ଏହି ଅଭିଯୋଗ ସ୍ୱାମୀ, ମାଆ-ବାପା, କିମ୍ବା ପିଲାମାନଙ୍କ ଦ୍ୱାରା ପୋଲିସ ନିକଟରେ ଅଭିଯୋଗ ଦାଖଲ ହୋଇଥିବା ଉଚିତ୍ । ନୂତନ ନିୟମ ଅନୁଯାୟୀ, ଦେଶରେ ଗର୍ଭନିରୋଧକ ଏବଂ ନିନ୍ଦା ପ୍ରଚାର କରିବା ବେଆଇନ ଅଟେ । ଏଥି ସହିତ ବର୍ତ୍ତମାନର ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି, ଦେଶର ଅନୁଷ୍ଠାନ ତଥା ଜାତୀୟ ଆଦର୍ଶକୁ ଅପମାନିତ କରିବାର ପ୍ରତିବନ୍ଧକ ମଧ୍ୟ ପୁନଃସ୍ଥାପିତ ହୋଇଛି । ସଂସୋଧିତ ଆଇନ୍ ଅନୁଯାୟୀ, ଗର୍ଭପାତ ଏକ ଅପରାଧ, ଯଦିଓ ଗର୍ଭଧାରଣ ରଖିବା ଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ଥିବା କିମ୍ବା ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ମହିଳାଙ୍କ ପାଇଁ ଏହି ନିୟମରେ ବ୍ୟତିକ୍ରମ ରହିଛି, କିନ୍ତୁ ଏଥି ପାଇଁ ଗର୍ଭଧାରଣ ୧୨ ସପ୍ତାହରୁ କମ୍ ଅଟେ । ଯାହା ଏହା ପୂର୍ବରୁ ୨୦୦୪ ‘ମେଡିକାଲ ପ୍ରାକ୍ଟିସ୍‌’ ଅଧିନିୟମରେ ନିଷ୍ପତି ହୋଇସାରିଛି ।

Breaking News