ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସ୍କୁଲମାନଙ୍କୁ ଯାଇ ଛାତ୍ରଛାତ୍ରୀଙ୍କୁ ସାଇବର କ୍ରାଇମ୍ ସମ୍ପର୍କିରେ ସଚେତନ କରାଇଛି । ଟ୍ୱିଟ୍ ସିଟିର ପ୍ରତ୍ୟେକ ସ୍କୁଲରେ ଏ ସଂକ୍ରାନ୍ତୀୟ କର୍ମଶାଳା ଅନୁଷ୍ଠିତ ହେବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ତେବେ ଏନେଇ ଟ୍ୱିଟ୍ ସିଟିର ସ୍କୁଲଗୁଡ଼ିକରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ । ଏଥିସହିତ ଏକ ହ୍ୱାଟଟଆପ୍ ଗ୍ରୁପ ଗଠନ କରି ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ପିଲାମାନଙ୍କୁ ସଚେତନ କରାଯିବ । ଏନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିପି, ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସ୍କୁଲ ପିଲା ଓ କର୍ମକର୍ତ୍ତାଙ୍କୁ ସଚେତନ କରାଇଥିଲେ ।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..