ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଜଣେ ପଡ଼ୋଶୀ କୁ ହତ୍ୟା କରିଛି ଡ଼ୋଶୀ | ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଆଣ୍ଠୁଗଢା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଲବିରିୟୁସ ଭୂୟାଁ ପୋଲିସ ତିନ୍ତୁସ୍ ବାଗେଙ୍କୁ ଗିରଫ କରିଛି। ସିଲବିରିୟୁସ ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଅନ୍ୟ ଗ୍ରାମବାସୀଙ୍କ ସାଙ୍ଗରେ ବସି ନିଆଁ ଜାଳି ସେକି ହେଉଥିଲେ। ଏହି ସମୟରେ ତିନ୍ତୁସ୍ ଏକ କାଠଫାଳିଆ ଆଣି ସିଲବିରିୟୁସଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ପରିବାର ଲୋକେ ସିଲବିରିୟୁସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଲବିରିୟୁସଙ୍କୁ ଆକ୍ରମଣ କରିବା ପରେ ତିନ୍ତୁସ୍ ଫେରାର ହୋଇଯାଇଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ କେଉଁ କାରଣ ପାଇଁ ସିଲବିରିୟୁସଙ୍କୁ ତିନ୍ତୁସ୍ ଆକ୍ରମଣ କଲେ ତାର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ମୁଁ ଇସ୍ତଫା ଦେବି ନାହିଁ…..
ସରକାରୀ ଅର୍ଥରେ ରାଘବ ଚଢ଼ାଙ୍କୁ ଟାର୍ଗେଟ….
ଓଏଏସ୍ ସ୍ତରରେ ଅଦଳବଦଳ…..