ରିପୋର୍ଟ କାର୍ଡ / କଟକ
ଓଟିଏମକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଏନେଇ ମଙ୍ଗଳବାର ଏକ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ପକ୍ଷ। ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି । ଖବର ଅନୁଯାୟୀ, ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମକୁ ନିଜ ଅକ୍ତିଆରକୁ ନେବାଲାଗି ଗତ ୩ ତାରିଖ ଦିନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ନଚେତ ମାସିକ ୬ ଲକ୍ଷ ଲେଖାଏଁ ତଣ୍ଡ ଗଣିବାକୁ ହେବ ବୋଲି ମଧ୍ୟ କୋର୍ଟ ଚେତାଇ ଦେଇଥିଲେ । ତେବେ ଉକ୍ତ ନିର୍ଦେଶ କାର୍ଯ୍ୟକାରୀ ହୋଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି । କିନ୍ତୁ ଶ୍ରମିକମାନଙ୍କ ପ୍ରାପ୍ୟ, ବକେୟା ଦରମା ଆଦି ପ୍ରଦାନ ପାଇଁ କଣ ପଦକ୍ଷେପ ନିଆଯାଇଛି । ଆସନ୍ତା ୯ ତାରିଖରେ ଏନେଇ ଶୁଣାଣି କରିବେ ହାଇକୋର୍ଟ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..