ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ସାଂସଦମାନଙ୍କର କଷ୍ଟ ବୁଝିବା ସହିତି ସଂସଦରେ ବାଧାବିଘ୍ନ ସୃଷ୍ଟି ନ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ସଂସଦ ବାହାରେ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗୃହରେ ବାଧାବିଘ୍ନ ହେଲେ ଯୁବ ସାଂସଦମାନେ ହତୋତ୍ସାହ ହୋଇପଡ଼ନ୍ତି। ଗୋଳମାଳ ହେଲେ ଆମେ ସୁଯୋଗ ପାଇବାରୁ ବଞ୍ଚିତ ହୁଅନ୍ତି। ତେଣୁ, ଗୃହ ଚାଲିବା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ଯୁବ ସାଂସଦମାନଙ୍କୁ ବିତର୍କରେ ଅଂଶ ଗ୍ରହଣ କରିବା ଲାଗି ସମସ୍ତ ଦଳ ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୃହ ଚାଲିବା ଉଚିତ ବୋଲି ବିରୋଧୀମାନେ ମଧ୍ୟ ଚାହାଁନ୍ତି। ମୋର ଆଶା, ସବୁ ଦଳର ‘ଫ୍ଲୋର୍ ଲିଡର୍’ମାନେ ଯୁବ ସାଂସଦମାନଙ୍କର ଦୁଃଖ ବୁଝିବେ। ଏହି ଅଧିବେଶନକୁ ଫଳପ୍ରଦ କରିବା ଲାଗି ସମସ୍ତ ଦଳ ଓ ସାଂସଦମାନଙ୍କୁ ମୋର ନିବେଦନ। ଏହାଛଡ଼ା, ଭାରତର ‘ଜି୨୦’ ନେତୃତ୍ବ ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଇଟା ସାମାନ୍ୟ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ, ଦେଶର ସାମର୍ଥ୍ୟ ପ୍ରତିପାଦନ କରିବାର ପାଇଁ ଗୋଟାଏ ସୁଯୋଗ। ଦେଶକୁ ବିକାଶର ନୂତନ ଶିଖରକୁ ନେବା ଓ ସାମ୍ପ୍ରତିକ ବୈଶ୍ବିକ ପରିସ୍ଥିତିରେ ଦେଶକୁ ଆଗେଇ ନେବା ପାଇଁ ନୂଆ ସୁଯୋଗ ପ୍ରତି ଧ୍ୟାନ ଦେଇ ଚଳିତ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଉଦ୍ୟମ କରାଯିବ। ସବୁ ଦଳ ବିତର୍କରେ ମୂଲ୍ୟବାନ ପରାମର୍ଶ ଦେବେ ବୋଲି ମୋର ଦୃଢ଼ ବିଶ୍ବାସ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..