ରିପୋର୍ଟ କାର୍ଡ / ପଦ୍ମପୁର
କିଏ ହେବ ପଦ୍ମପୁର ନେତା | ଆରମ୍ଭ ହେଲା ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । ସକାଳ ୮ଟାରୁ ଭୋଟ କାଉଣ୍ଟିଂ ଆରମ୍ଭ ହୋଇଛି । ସକାଳୁ ସକାଳୁ ଷ୍ଟ୍ରଙ୍ଗରୁମ ଖୋଲାଯାଇ ପ୍ରଥମେ ପୋଷ୍ଟାଲ ବାଲଟ ଭୋଟ ଗଣତି କରାଯାଉଛି । ପରେ ଇଭିଏମ ମେସିନ ଭୋଟ୍ ଗଣତି ହେବ । ମୋଟ ୩୧୯ଟି ବୁଥର ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ଅଧିକ ଭୋଟିଂ ହାର, ଅଧିକ ବୁଥ୍ ଓ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ । ଶାନ୍ତିଶୃଙ୍ଖଳାରେ ଭୋଟ ଗଣତି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବରଗଡ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଭୋଟ ଗଣତି ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ପାଇଁ ମଧ୍ୟ କଟକଣା ଲଗାଇଛି ପ୍ରଶାସନ । ଭୋଟ ଗଣତି କେନ୍ଦ୍ରକୁ କର୍ମଚାରୀ ମାନଙ୍କୁ ମୋବାଇଲ୍ ଫୋନ୍ ନେବାକୁ ବାରଣ କରାଯାଇଛି । ଫଳରେ କୌଣସି କର୍ମଚାରୀ ଭୋଟ ଗଣତି କେନ୍ଦ୍ର ଭିତରକୁ ମୋବାଇଲ ନେଇପାରିବେ ନାହିଁ । ଗୋଟିଏ ଟେବୁଲ ପାଇଁ ୩ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି । ଜଣେ ଲେଖାଏଁ ଗଣତି ପର୍ଯ୍ୟବେକ୍ଷକ, ଗଣତି ସହକାରୀ ଏବଂ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି । କ୍ରମାନ୍ବୟ ଭାବେ ଟେବୁଲ ଗୁଡିକରେ ଭୋଟ ଗଣତି କରାଯିବ। ଗଣତି ସମୟରେ କୌଣସି ବୈଷୟିକ ତ୍ରୁଟି ଦେଖାଦେଲେ ଏହାର ସମାଧାନ କରିବା ପାଇଁ ଇଞ୍ଜିନିୟରଙ୍କୁ ନିୟୋଜିତ କରାଯାଇଛି । ପ୍ରାର୍ଥୀଙ୍କ ପକ୍ଷରୁ ନିୟୋଜିତ ହୋଇଥିବା ଏଜେଣ୍ଟ ମଧ୍ୟ ଗଣତି କେନ୍ଦ୍ରକୁ ମୋବାଇଲ ନେଇ ପାରିବେ ନାହିଁ। ମତଦାନ ଗଣତି କେନ୍ଦ୍ରର ୧୦୦ମିଟର ପରିଧି ମଧ୍ୟକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୋଇଛି। ପ୍ରତି ଟେବୁଲର ଗଣତି ସରିବା ପରେ ସୂଚନା ପ୍ରସାରଣ କରାଯିବ। ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ଭୋଟ ଗଣତି ଉପରେ ତଥ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର କୋଠରି ବ୍ୟବସ୍ଥା କରାଯାଇଛି। ପ୍ରତି ରାଉଣ୍ଡର ଗଣତି ସରିବା ପରେ ଫଳାଫଳ ସୂଚନା ଦିଆଯିବ । ନିର୍ବାଚନ ଆୟୁକ୍ତଙ୍କ ୱେବସାଇଟ www.results.eci.gov.inରେ ସୂଚନା ଅପଲୋଡ କରାଯିବ। ଏଥିସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ଭୋଟ ଗଣତି ତଥ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଆଇନ ଶୃଙ୍ଖଳା ପାଇଁ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..