ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଏ ପିନ୍ଧିବି ଗୁଜରାଟ-ହିମାଚଳ ପ୍ରଦେଶର ବିଜୟ ମୁକୁଟ | ଆଜି ଗୁଜରାଟ ଓ ହିମାଚଳ ପ୍ରଦେଶର ଭୋଟ ଗଣତି। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟର ୧୮୨ଟି ବିଧାନସଭା ଆସନ ଓ ହିମାଚଳ ପ୍ରଦେଶର ୬୮ଟି ଆସନର ଭୋଟ ଗଣତି ହେବ। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶର ସମସ୍ତ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ସେହିପରି ଡିସେମ୍ବର ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ହୋଇଥିଲା। ନିର୍ବାଚନ ପର ବୁଥ ବାହୁଡା ମତ ଅନୁଯାୟୀ ଗୁଜରାଟରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ୭ମ ଥର ପାଇଁ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମାତ୍ର ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ବୋଲି ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଛି। ତେବେ ଗୁରୁବାର ଭୋଟ ଗଣତି ପରେ ଏହି ପୂର୍ବାନୁମାନ ବାସ୍ତବତା ଜଣାପଡ଼ିବ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….