ରିପୋର୍ଟ କାର୍ଡ / ଟିଟିଲାଗଡ଼
ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ଘରେ ଆଜି ରେଡ଼ ହୋଇଛି। ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ସରକାରୀ ବାସଭବନ, ବଲାଙ୍ଗିରସ୍ଥିତ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଜାରିରହିଛି | ଏହି ଚଢାଉ ସମୟରେ ରେଞ୍ଜର ସରକାରୀ ବାସଭବନରେ ଉପସ୍ଥିତ ନ ଥିବା ଜଣାଯାଇଛି। ରେଞ୍ଜରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..