ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର ଜନାଦେଶ ବିଜେପି ସପକ୍ଷରେ ଯାଇଛି । ପୁଣିଥରେ ଗୁଜରାଟରେ ଚାଲିବ ବିଜେପି ଶାସନ। କ୍ରମାଗତ ୭ମଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏକତରଫା ଭାବେ ବିଜେପି ବିଜୟ ଧାରାରେ ରହିଛି | ଏହାକୁ ଦେଖି ବିଜେପି ଶିବିରରେ ଉତ୍ସବମନା ଯାଉଥିବା ଦେଖିବାକୁ ମିଳୁଛି | ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ରେକର୍ଡ ୧୫୦ରୁ ଅଧିକ ସିଟ୍ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ବିଜେପି ୧୧୮ଟି ଆସନରେ ଲିଡ୍ କରୁଥିବା ବେଳେ ୪୦ଟି ଆସନରେ ଜିତି ସାରିଲାଣି। ଦଳର ଭୋଟ ଶେୟାର ମଧ୍ୟ ୫୬% ଅତିକ୍ରମ କରିଛି। ଐତିହାସିକ ବିଜୟ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବା ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆସନ୍ତା ୧୨ ତାରିଖ ଦିନ ୨ଟାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଭୂପେନ୍ଦ୍ର ପଟେଲ ଦାୟିତ୍ୱ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..