ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ-୨୦୨୧ ପରୀକ୍ଷାରେ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୧ ମସିହା ଓଏଏସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷାରେ ୧୭୪୯ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮୦୨ଜଣ(୯୪୪ଜଣ ମହିଳା) ଅଣସଂରକ୍ଷିତବର୍ଗର, ଓବିସି ବର୍ଗର ୪୭୫ଜଣ(୧୪୪ଜଣ ମହିଳା), ୮୭୭ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜାତି ଓ ୧୧୪୨ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜନଜାତି ବର୍ଗର ପରୀକ୍ଷାର୍ଥୀ ରହିଛନ୍ତି । ୨୦୨୧ ମସିହା ପାଇଁ ମୋଟ ୪୩୩ଟି ଓଏଏସ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପଦବୀ ନିମନ୍ତେ ମୋଟ ୫୮୨୪୧(୨୦୯୩୦ଜଣ ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ | ସେମାନଙ୍କ ମଧ୍ୟରୁ ୨୦୨୨ ଅକ୍ଟୋବର ୧୬ତାରିଖରେ ମୋଟ ୨୯୨୯୫ଜଣ(୧୦୨୮୪ଜଣ) ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ଲିଖିତ ପରୀକ୍ଷା ଦେବେ । ଆସନ୍ତା ଫେବୃୟାରୀରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..