ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଛି | କିନ୍ତୁ ଆମ୍ ଆଦମୀ ପାର୍ଟି ସଫଳତା ପରେ ଜାତୀୟ ଦଳର ମାନ୍ୟତା ଲାଭ କରିଛି। ଗୁଜରାଟରେ ଆପ୍ ୫ଟି ଆସନରେ ବିଜୟୀ ହେବା ପରେ ଦଳକୁ ଏହି ମାନ୍ୟତା ମିଳିଥିବା ଦଳର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ କହିଛନ୍ତି। ଜାତୀୟ ଦଳ ମାନ୍ୟତା ପାଇବା ପାଇଁ ରାଜନୈତିକ ଦଳକୁ ଯେଉଁ ନିର୍ବାଚନ ସଫଳତା ମିଳିବା କଥା ଆପ୍କୁ ମିଳିଯାଇଛି। ତେବେ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ବିଧିବଦ୍ଧ ସ୍ବୀକୃତିକୁ ଅପେକ୍ଷା କରିବାକୁ ହେବ। କେଜରିୱାଲ କହିଛନ୍ତି ଯେ ଦଳ ଗଠନର ୧୦ବର୍ଷ ମଧ୍ୟରେ ଦଳ ଜାତୀୟ ମାନ୍ୟତା ହାସଲ କରିବା ବଡ ସଫଳତା। ଏଥିପାଇଁ ସେ ଦଳର ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି। ଆପ୍ ଏବେ ଦୁଇଟି ରାଜ୍ୟ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଅଛି। ନିର୍ବାଚନ ଆୟୋଗଙ୍କ ଜାତୀୟ ଦଳ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଗୋଟିଏ ରାଜନୈତିକ ଦଳ ଲୋକସଭା ନିର୍ବାଚନରେ ଅତିକମ୍ରେ ୪ଟି ରାଜ୍ୟରେ ୬% ଭୋଟ ପାଇବା ସହିତ ୪ଟି ଲୋକସଭା ଆସନରେ ବିଜୟୀ ହେବା ଦରକାର। ଏହା ସହିତ ୪ଟି ରାଜ୍ୟରେ ରାଜ୍ୟ ଦଳର ମାନ୍ୟତା ପାଇବା ଦରକାର।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..