Report Card Odisha

| Daily Odia News

ରେଳ ଦୁର୍ଘଟଣା ପାଇଁ ଉତ୍ତରଦାୟୀ ହେବେ ବରିଷ୍ଠ ଅଧିକାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟ୍ରେନ୍‌ ଧକ୍କା, ଲାଇନ୍‌ଚ୍ୟୁତ, ଅଗ୍ନିକାଣ୍ଡ ଓ ରେଲୱେ କ୍ରସିଂରେ ଦୁର୍ଘଟଣା ଆଦି ପାଇଁ ଏଣିକି ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରାଯିବ। ରେଳ ବୋର୍ଡ ଏହି ନିଷ୍ପତ୍ତି ଗ୍ରହଣ କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି, ବରିଷ୍ଠ ଅଧିକାରୀଙ୍କ ଅବହେଳା ଯୋଗୁ ବହୁ ଦୁର୍ଘଟଣା ଘଟୁଛି। କିନ୍ତୁ ତଳିଆ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାବେ‌ଳେ ପ୍ରଥମ ଶ୍ରେଣୀ କର୍ମଚାରୀ ଖସିଯାଉଛନ୍ତି। ଚାପ ବଢ଼ିବା ପରେ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି। ଗତ ସପ୍ତାହରେ ଦିଲ୍ଲୀରୁ ପୁରୀ ଯାଉଥିବା ନୀଳାଚଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ବେକରେ ରେଳ ଟ୍ରାକ୍‌ର ଗୋଟିଏ ରଡ୍ ପଶିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଟ୍ରେନରେ ଯାତ୍ରୀ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଏହାକୁ ଗୁରୁତ୍ବର ସହ ନେଇ ଗତ ସୋମବାର ରେଳ ବୋର୍ଡ ଦ୍ବାରା ଦେଶର ସମସ୍ତ ଜୋନାଲ୍‌ ମହାପ୍ରବନ୍ଧକମାନଙ୍କୁ ଆଦେଶ ଜାରି କରାଯାଇଛି। ଏଥିରେ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସୁନିଶ୍ଚିତ କରିବା ପାଇଁ ଜୋନାଲ ଅଧିକାରୀମାନଙ୍କୁ କୁହାଯାଇଛି।

Breaking News