Report Card Odisha

| Daily Odia News

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କୁ ଜନ୍ମଦିନ ଅଭିନନ୍ଦନ। ତାଙ୍କର ଦର୍ଘ ଓ ନିରାମୟ ଜୀବନ କାମନା କରୁଛି। ସୂଚନାଯୋଗ୍ୟ, ଜନ୍ମଦିନ ପାଳନ ଲାଗି ସୋନିଆ ଗାନ୍ଧୀ ଗୁରୁବାର ଦିନ ସମ୍ପ୍ରତି କଂଗ୍ରେସ ‘ଭାରତ ଯୋଡ଼ ଯାତ୍ରା’ ଚାଳାଇଥିବା ରଣଥମ୍ବୋର୍‌ରେ ପହଞ୍ଚିଥିଲେ। ଗତକାଲି ସେ ଜୟପୁରରେ ପହଞ୍ଚିବା ପରେ ଅପରାହ୍ଣରେ ହେଲିକପ୍ଟର୍‌ ଯୋଗେ ସୱାଇ ମାଧୋପୁର ଯାତ୍ରା କରିଥିଲେ। ରଣଥମ୍ବୋରସ୍ଥିତ ‘ଶେର୍‌ ବାଗ୍‌ ହୋଟେଲ୍‌’ରେ ରହିଥିବା ସୋନିଆ ଆଜି ଜନ୍ମଦିନ ପାଳନ କରିବେ ବୋଲି ଦଳୀୟ ନେତାମାନେ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଡ଼କ ପଥରେ ଆସି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ସୋନିଆ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ଯଥାରୀତି ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

Breaking News