ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମେଣ୍ଡୋସ୍ ବାତ୍ୟା ମାଲାପୁରମ୍ ରେ ସ୍ଥଳଭାଗ ଅତିକ୍ରମ କରିବ | ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ସତର୍କତା ଜାରିକକରାଯାଇଛି | ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଉତ୍ତର ତାମିଲନାଡୁ,ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ପାଶ୍ୱବର୍ତ୍ତୀ ଅଞ୍ଚଳ ଦେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ମାଲାପୁରମ୍ ଠାରେ ସ୍ଥଳଭାଗ ଅତିକ୍ରମ କରିବ। ସେହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୫ରୁ ୭୫ କିଲୋମିଟର ରହିବ । ଆଜି ମଧ୍ୟରାତ୍ରିରେ ପବନର ବେଗ ୮୫ କିଲୋମିଟର ରହିବାର ସମ୍ଭାବନା ଅଛି ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି |






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..