ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ ହୋଇଛି । ନଭେମ୍ବର ମାସରେ ପରିବହନ ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା । ମୋଟ ୩୫ ହଜାର ୧୪୪ଟି ଇ-ଚାଲାଣ ଜାରି କରାଯାଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୫୮୬୮ଟି ଡିଏଲ ଜବତ ହୋଇଛି । ଦ୍ରୁତ ବେଗରେ ଡ୍ରାଇଭିଂ ପାଇଁ ୯୪୧୬ଟି ଚାଲାଣ କଟାଯାଇଥିବା ଜଣାପଡିଛି । ବିନା ହେଲମେଟ ପାଇଁ ୧୫,୬୬୧, ଟ୍ରିପଲ ରାଇଡିଂ ପାଇଁ ୬୨୨ ଚାଲାଣ କଟାଯାଇଥିବା ଜଣାପଡିଛି । ସେହିଭଳି ରଙ୍ଗରୁଟ ଡ୍ରାଇଭ ପାଇଁ ୨୨୫ ଓ ଓଭରଲୋଡିଂ ପାଇଁ ୫୧୦ ଚାଲାଣ କଟାଯାଇଛି । ବିନା ସିଟ ବେଲ୍ଟ ପାଇଁ ୧୪୫୨, ମଦନିଇ ଡ୍ରାଇଭିଂ ପାଇଁ ୧୪୨୩ ଚାଲାଣ କଟାଯାଇଛି ।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..