ରିପୋର୍ଟ କାର୍ଡ / ଭୁବନେଶ୍ୱର
କାର୍ ଭିତରୁ ୪ ମୃତଦେହ ଉଦ୍ଧାର ହୋଇଛି । କୂଅ ଭିତରୁ କାର ଉଦ୍ଧାର ପରେ ଘଟଣାର ରହସ୍ୟ ସାମ୍ନାକୁ ଆସିଛି । କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇ କୂଅରେ ପଡିଯାଇଥିବା ନେଇ ସନ୍ଦେହ କରାଯାଉଛି। ରାସ୍ତା କଡରେ ଥିବା ବିଶାଳ ପରିତ୍ୟକ୍ତ କୂଅରେ କାରଟି ଖସିପଡିଥିଲା। କାରରେ ଉମରକୋଟର ସପନ ସରକାର ଓ ତାଙ୍କ ପରିବାର ଥିଲେ। ସପନ,ତାଙ୍କ ପତ୍ନୀ,ଶାଳକ ଏବଂ ଜଣେ ପଡୋଶୀ ଥିଲେ। ଛତିଶିଗଡ କାଙ୍କେରରୁ କୋଣ୍ଡାଗାଁ ଫେରିବା ବେଳେ ନିଖୋଜ ଥିଲେ। ଅପହରଣ ସନ୍ଦେହ କରି ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି କୂଅରୁ ମିଳିଥିଲା । ସୂଚନା ଯୋଗ୍ୟ, ଗତ କାଲି ସପନଙ୍କ ପରିବାରଙ୍କ ପକ୍ଷରୁ ଅପହରଣ ନେଇ ଥାନାରେ ଏତଲା ଦେବା ପରେ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ସକାଳେ
ରାସ୍ତାକଡ଼ରେ ଅଧା ଭାଙ୍ଗି ପଡ଼ିଥିବା ଖଜୁରୀ ଗଛକୁ ଦେଖି ପୋଲିସ ଖୋଜାଖୋଜି କରିଥିଲା | ଖଜୁରୀ ଗଛ ନିକଟରେ ଏକ ଧାନ ବିଲରେ ଥିବା ପରିତ୍ୟକ୍ତ କୂଅରେ କାର୍ଟିଏ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାସହ ଏକ ବ୍ୟାଗ୍ରେ ସପନଙ୍କ ଡ୍ରେସ ଓ ମେଡିସିନ୍ ମିଳିଥିଲା। ପରେ କ୍ରେନ୍ ସାହାଯ୍ୟରେ ପୁଲିସ୍ କାର୍ଟିକୁ କୂଅରୁ ବାହାର କରିଥିଲା। କାର୍ ଭିତରୁ ସପନ ସରକାର ଓ ଅନ୍ୟ ତିନି ଜଣଙ୍କ ମୃତଦେହ ମିଳିଥିଲା।






More Stories
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..