Report Card Odisha

| Daily Odia News

ହିନ୍ଦୁ ପରିଚୟ ଦେଇ କରୁଥିଲେ ବିବାହ,ବାନ୍ଧିଲା ପୋଲିସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗ୍ରେଟର୍‌ ନୋଇଡ଼ାରେ ଜଣେ ଯୁବକଙ୍କୁ ତାଙ୍କ ବିବାହର ଦିନକ ପୂର୍ବରୁ ଗିରଫ କରିଛି ପୋଲିସ । ଅଭିଯୋଗ ହୋଇଛି ‌ଯେ ଯୁବକ ଜଣକ ନକଲି ଧର୍ମ ପରିଚୟ ଦେଇ ବିବାହ କରିବାକୁ ଯାଉଥି‌ଲେ। ‌ସେ ଝିଅ ପକ୍ଷ ଘର ଲୋକଙ୍କୁ ହିନ୍ଦୁ ବୋଲି ପରିଚୟ ଦେଇଥିଲେ, ଯଦିଓ ସେ ବାସ୍ତବରେ ମୁସ୍‌ଲାମାନ। ତାଙ୍କ ନାମ ହସିନ୍‌ ସୈଫୀ ହୋଇଥିବା ବେଳେ ସେ ନିଜର ପରିଚୟ ଆଶିଷ ଠାକୁର ବୋଲି ଦେଇଥିଲେ। ସୋମବାର ତାଙ୍କ ବିବାହ ହେବାକୁ ଥିବା ବେଳେ ରବିବାର ମିଛ ଧରା ପଡ଼ିଥିଲା। ଏହି ଘଟଣାକୁ ନେଇ ଉତ୍ତରଖଣ୍ଡର ବାସିନ୍ଦା ପୀଡ଼ିତା ମହିଳା ଯୁବକଙ୍କ ନାମରେ ମିଛ କହି ଧର୍ମାନ୍ତରୀକରଣ କରାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ଗ୍ରେଟର୍‌ ନୋଇଡାରେ ରହୁଥିବା ସମୟରେ ଯୁବତୀଙ୍କ ସହ ବନ୍ଧୁତ୍ବ ସ୍ଥାପନ କରିଥିଲେ। ମହିଳା ଜଣକ ଯେତେବେଳେ ତାଙ୍କ ଚାକିରି ହରାଇଲେ ତ ଅଭିଯୁକ୍ତଙ୍କୁ ତାଙ୍କ ସହ ଘନିଷ୍ଠ ହେବାକୁ ସୁଯୋଗ ମିଳିଗଲା। ତାପରେ ସେ ଦୁହେଁ ଦାଦ୍ରିର ଏକ୍ସର୍ଟ କଲୋନିରେ ସାଥୀ ହୋଇ ଏକ ଘର ଭଡ଼ା ନେଇ ରହିବାକୁ ଲାଗିଲେ। ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଶାରୀରିକ ସଂପର୍କ ବି ରଖିଛନ୍ତି। କେବଳ ସେତିକି ନୁହେଁ, ସେ ମହିଳାଙ୍କର କିଛି ଅଶାଳୀନ ଭିଡିଓ କରି ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ। ରବିବାର ଦିନ ମହିଳା ଯେତେବେଳେ ହସିନ୍‌ଙ୍କର ବାସ୍ତବ ପରିଚୟ ଜାଣିଗଲେ ତ ସେ ତୁରନ୍ତ ପୋଲିସକୁ ସୂଚନା ଦେ‌ଲେ।

Breaking News