Report Card Odisha

| Daily Odia News

ପ୍ରେମିକାକୁ ୪୯ ଥର ଛୁରୀ ଭୁସି ହତ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପ୍ରେମିକା ବିବାହ କରିବାକୁ ଜିଦ୍‌ ଧରିବାରୁ ଛୁରୀରେ ୪୯ ‌ଥର ଆକ୍ରମଣ କରି ହତ୍ୟାକଲା ପ୍ରେମିକ | ଭୁବନେଶ୍ବରର ଜଣେ ଜହ୍ଲାଦ ପ୍ରେମିକ ଏପରି ଜଘନ୍ୟ କାଣ୍ଡ ରଚିଥିବା ସୂଚନା ମିଳିଛି । ଜାଣିବାକୁ ମିଳିଛି ଯେ ପ୍ରେମିକା ବିବାହ କରିବାକୁ ଜିଦ୍‌ କରିବାରୁ ରାଗରେ ପ୍ରେମିକ ତାକୁ ଗୁଜୁରାଟର ସୁରଟକୁ ନେଇ ଛୁରୀରେ ୪୯ ଥର ଆଘାତ କରି ଅତି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପ୍ରେମିକ ଜଣକ ଜଗନ୍ନାଥ ଗୌଡ଼ ଓ ପ୍ରେମିକାର ନାମ ଲୁନି। ଜାଣିବାକୁ ମିଳିଛି ‌ଯେ ସେ ହତ୍ୟା ପରେ ସୁରଟର ଅଞ୍ଜନି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପାଖରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ। ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ଘଟଣାର ତଦନ୍ତ କରିବାକୁ ସୁରଟ ପୁଲିସ୍‌ ୫ ଶହରୁ ଅଧିକ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିଛି। ସିସିଟିଭି ଯାଞ୍ଚ୍‌ ଓ କଲ୍‌ ନେଟ୍‌ୱର୍କ ତଦନ୍ତ ପରେ ସୁରଟ ପୋଲିସ ଜାଣିବାକୁ ପାଇଥିଲା ଯେ ଲୁନି ଓଡ଼ିଶାର। ତାପରେ ସେ ଅଭି‌ଯୁକ୍ତ ପ୍ରେମିକକୁ ଗିରଫ କରିଛି। ଭୁବନେଶ୍ୱରରେ ରହୁଥିବା ଲୁନିଙ୍କ ସହ ଜଗନ୍ନାଥର ୩ ବର୍ଷ ଧରି ପ୍ରେମ ସଂପର୍କରେ ଥିଲା। ଏମିତିକି ପ୍ରେମରେ ଅନ୍ଧ ହୋଇ ଲୁନି ନିଜ ପରିବାର ଲୋକଙ୍କୁ ଛାଡ଼ି ଜଗନ୍ନାଥ ପାଖକୁ ଚାଲି ଆସିଥିଲା। ବାହା ହେବାକୁ ଜିଦ କରିବାରୁ ଲୁନିକୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲା ପ୍ରେମିକ। ରାଜ୍ୟ ଭିତରେ ହତ୍ୟା କ‌ଲେ କାଳେ ଅସୁବିଧାରେ ପଡ଼ିବ ସେଥିପାଇଁ ସୁରଟ ନେଇ ମାରିବାର ଷଧଯନ୍ତ୍ର ରଚିଥିଲା। ଭୁବନେଶ୍ୱରରୁ ସୁରଟ ନେଇ ପ୍ରେମିକାକୁ ୪୯ ଥର ଛୁରୀରେ ଆଘାତ କରି ହତ୍ୟା କରିଥିଲା।

Breaking News