ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ନୃପତୁଲ୍ୟ ସମ୍ମାନାସ୍ପଦ ହେବେ। ସୁଗୁଣସମ୍ପନ୍ନ ହୋଇପାରନ୍ତି। ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଚତୁର ହେବେ। ଧନଯୁକ୍ତ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ।
ବୃଷ : ଧୈର୍ଯ୍ୟବାନ୍ ହେବେ। ଯଶସ୍ବୀ ହୋଇପାରନ୍ତି। ଧନବାନ୍ ହେବେ। ମହାଜନୀ କାରବାର ଲାଭଦାୟକ ହେବ। ପତ୍ନୀ ଗୃହ ନିପୁଣା ହୋଇପାରନ୍ତି। ଉନ୍ନତମାନର ବ୍ୟବସାୟରୁ ବିତ୍ତବାନ୍ ହେବେ।
ମିଥୁନ : ପରୋପକାରୀ ହେବେ। ଆୟୁଷ୍ମାନ୍ ହେବେ। ଆଶା କରାଯାଏ ଶତ୍ରୁଦମନକାରୀ ହେବେ। ନୂତନର ଅନୁସନ୍ଧାନକାରୀ ହେବାର ସୂଚନା ମିଳୁଛି। ବିପଦରୁ ଖୁବଶୀଘ୍ର ମୁକ୍ତି ପାଇବେ। ପତ୍ନୀ ଭାଗ୍ୟବତୀ ହେବେ।
କର୍କଟ : ବିବାହ ବିଳମ୍ବିତ ହେବ। ପତ୍ନୀ ଆଜ୍ଞାକାରିଣୀ ଓ ସେବିକା ମନୋଭାବର ହୋଇପାରନ୍ତି। ଜୀବନ ସମୃଦ୍ଧିପୂର୍ଣ୍ଣ ହେବ। ସରକାରୀ ସ୍ତରରୁ ଧନଲାଭ ହୋଇପାରେ। ଶତ୍ରୁ ବିଜୟୀ ହେବେ। ନେତା ହେବେ।
ସିଂହ : ଶତ୍ରୁ ନାଶକ ହେବେ। ନିର୍ବାଚନେର ବିଜୟୀ ହେବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ଆଇନ ପରାମର୍ଶଦାତା ହେବେ। ଭାଗ୍ୟବାନ୍, ଧନବାନ ହୋଇପାରନ୍ତି।
କନ୍ୟା : ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଦେବୀଭକ୍ତ ଓ ଉତ୍ତମ ଲେଖକ ହେବେ। ପରିବାରର ମୁଖ୍ୟ ହେବେ। ଲୋକଙ୍କୁ ସଂଗଠିତ କରି ରଖିବା ଶକ୍ତିସମ୍ପନ୍ନ ହେବେ।
ତୁଳା : ଧନବାନ୍ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ବିଦେଶ ମାଟିରେ ଯଶସ୍ବୀ ଓ ସୁନାମ ଅର୍ଜନ କରିପାରନ୍ତି। ଖାନ୍ଦାନୀ ରହିବ। ବିଚାରପତି ବା ଚିକିତ୍ସକ ହୋଇପାରନ୍ତି। ପୈତୃକ ଧନ ମିଳିବ।
ବିଛା : ଧନୀ ହେବେ। ଆୟୁଷ୍ମାନ୍ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତି ବିଶାରଦ ହେବେ। ସଂଯମୀ ଓ ଆତ୍ମଶକ୍ତିସମ୍ପନ୍ନ ହେବେ।
ଧନୁ : ତୈଳ ବ୍ୟବସାୟ ଲାଭଜନକ ହେବ। କଠିନ ପରିଶ୍ରମୀ ହେବେ। ଗୁରୁଭକ୍ତ ହେବେ। ପୈତୃକ ସମ୍ପତ୍ତି ଭୋଗ କରିବେ। ଦୟାଳୁ ଓ ନ୍ୟାୟପ୍ରିୟ ହେବେ। କଥାବାର୍ତ୍ତା ମାର୍ଜିତ ହେବ। ପ୍ରବନ୍ଧକ ହେବାର ସୂଚନା ମିଳୁଛି।
ମକର : ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ରାଜନୀତିଜ୍ଞ ହେବେ। ଶତ୍ରୁ ବିନାଶକ ଓ କଠିନ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରିପାରନ୍ତି। ରାଜତୁଲ୍ୟ ହୋଇପାରନ୍ତି। ଆଧିପତ୍ୟ ବିସ୍ତାର କରିପାରନ୍ତି।
କୁମ୍ଭ : ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ମାତା, ପିତା, ଭଗ୍ନୀ ପ୍ରମୁଖ ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ଗୁପ୍ତ ବିଦ୍ୟାଜ୍ଞାତା ହେବେ। କୃଷି କର୍ମ ଲାଭଦାୟକ ହେବ। ସୁଖୀ ହେବେ।
ମୀନ : ଉଚ୍ଚ ଆସନ ଲାଭ କରିପାରନ୍ତି। ଶିକ୍ଷା ଉତ୍ତମମାନର ହେବ। ପିତାମାତା ଦୀର୍ଘାୟୁ ହେବେ। ମାତୃସ୍ନେହ ମିଳିବ। ବିଦେଶ ବ୍ୟବସାୟରୁ ବହୁ ଧନ ପ୍ରାପ୍ତ ହେବେ। ବିଦ୍ବାନ୍, କ୍ରୋଧୀ ଓ ପ୍ରଜ୍ଞାଶୀଳ ହେବେ।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..