ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୨୦୨୩-୨୪ ନିମନ୍ତେ ଦୁଇଟି ସେସନ୍ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମୁଖ୍ୟ ଅନୁଷ୍ଠିତ ହେବ । ପ୍ରଥମ ସେସନ୍ ଜାନୁଆରୀ ଏବଂ ଦ୍ୱିତୀୟ ସେସନ୍ ଏପ୍ରିଲରେ ହେବ। ଏଥର ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଜେଇଇ ମୁଖ୍ୟ ପ୍ରଶ୍ନପତ୍ର ଆସିବ। ଏ ସଂକ୍ରାନ୍ତରେ ଜାତୀୟ ପରୀକ୍ଷଣ ଏଜେନ୍ସି ଏନ୍.ଟି.ଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଇ, ବିଟେକ୍ ପାଠ୍ୟକ୍ରମ ପାଇଁ ପେପର-୧ ପରୀକ୍ଷା ହେବାକୁ ଥିବାବେଳେ ପେପର-୨ରେ ବି.ଆର୍କ ଓ ବି.ପ୍ଲାନ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସେସନ୍ ପାଇଁ ଅନ୍ଲାଇନ୍ ଆବେଦନ ଡିସେମ୍ବର ୧୫ରୁ ଆରମ୍ଭ ହୋଇଛି । ଜାନୁଆରୀ ୧୨ ଆବେଦନର ଶେଷ ତାରିଖ ରହିଛି । ଜାନୁଆରୀ ୨ୟ ସପ୍ତାହରେ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇବ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..