ରିପୋର୍ଟ କାର୍ଡ / ପାଟନା
ବିହାରରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୫୦ ଟପିଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ଏହି ପ୍ରସଙ୍ଗରେ ଆଜି ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ବିହାରରେ ମଦ୍ୟପାନ କରିବା ପରେ ଯଦି କେହି ମରିଯାଏ ତେବେ ସରକାର କ୍ଷତିପୂରଣ ଦେବେ ନାହିଁ। ଏହା ମଧ୍ୟ କହିଛନ୍ତି କି, “ଯଦି କେହି ମଦ୍ୟପାନ କରେ ଏବଂ ବିଷାକ୍ତ ମଦ ପିଇବ, ତେବେ ସିଏ ମରିବ। ଯଦି କେହି ମଦ୍ୟପାନ କରିବା ପରେ ମରିଯାଏ, ତା’ହେଲେ ତାଙ୍କ ପ୍ରତି ଦୟା ଦେଖାଇବା ଉଚିତ୍ ନୁହେଁ। ଲୋକଙ୍କୁ ମଦ୍ୟପାନରୁ ବାରଣ କରାଯିବା ଉଚିତ୍।” ବିହାରରେ ବିଷାକ୍ତ ମଦ ମାମଲାରେ ଛପରା ସମେତ ଅନେକ ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ରେ ପହଞ୍ଚିଛି। ଛପରା ମଦମୃତ୍ୟୁ ମାମଲାରେ ଗୁରୁବାର ଦିନ ଦୁଇ ପୋଲିସ ଅଧିକାରୀ ରିତେଶ ମିଶ୍ର ଏବଂ କନଷ୍ଟେବଳ ବିକାଶ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସାଂସଦ ସୁଶୀଲ ମୋଦୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଛନ୍ତି। ବିଧାନସଭାରେ ନୀତୀଶ କୁମାରଙ୍କ କରିଥିବା ଆଚରଣ ପାଇଁ କ୍ଷମା ମାଗିବା ଉଚିତ ବୋଲି ସୁଶୀଲ କହିଛନ୍ତି |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..