ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରେ ଓକିଲ ଆନ୍ଦୋଳନ ଘଟଣାରେ ୫୪ ଜଣ ସଦସ୍ୟଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କଟକଣାକୁ ହଟା ଯାଇଛି । ତେବେ ଯେଉଁ ୫୪ଜଣଙ୍କ ଲାଇସେନ୍ସ ସସମପେଣ୍ଡ ହୋଇଛି ତାହା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଏନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସାନି ନିଦ୍ଦେର୍ଶନାମା ଜାରୀ କରାଯାଇଛି । ତେବେ ଲାଇସେନ୍ସ ରଦ୍ଦ ହୋଇଥିବା ସଦସ୍ୟମାନେ ଫେବୃଆରୀ ୧୫ ତାରିଖ ସୁଦ୍ଧା ବିସିଆଇ ନିକଟରେ ସେମାନଙ୍କ ପକ୍ଷ ରଖି ପାରିବେ । ଅନ୍ୟ ପକ୍ଷେ ଓକିଲ ଆନ୍ଦୋଳ ସମୟରେ କୋର୍ଟ ପରିସିରରେ ଭଙ୍ଗାରୁଜା କରିଥିବା ଘଟଣାର ତଦନ୍ତ ପାଇଁ ବିସିଆଇର ତଥ୍ୟ ଅନୁସନ୍ଧାନକାରୀ ଗଠନ ହୋଇଛି, ଯାହାର ନାମ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ତେବେ ଏହି ଟିମ୍ ଓକିଲ ଆନ୍ଦୋଳନ ସମୟରେ ହୋଇଥିବା ଗଣ୍ଡୋଗୋଳ ଘଟଣାରେ ତଥ୍ୟ ପ୍ରଦାନ କରିବ । ଯେଉଁ ଘଟଣାରେ ୨୧ ଜଣ ଓକିଲଙ୍କୁ ଗିରଫ କରାଯିବା ସହ ମୋଟ ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଥିଲା । ତେବେ ୧୨ ତାରିଖରେ ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ସସପେଣ୍ଡ କରାଯାଇଥିବା ବେଳେ ,୧୩ ତାରିଖରେ ୧୪ ଏବଂ ଗତକାଲି ୧୧ ଜଣ ଙ୍କ ଲାଇସେନ୍ସକୁ ଗଦ୍ଦ କରାଯାଇଛି ।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..