ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନାର ମଞ୍ଚେରିୟଲ ଜିଲ୍ଲରେ ଏକ ଘରେ ଅଗ୍ନିକାଣ୍ଡ ଘଟି ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ସାମିଲ ରହିଛନ୍ତି। ଏହି ଅଗ୍ନିକାଣ୍ଡ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଘଟିଛି। ପୋଲିସ ସୂଚନାନୁଯାୟୀ, ଏହି ଅଘଟଣ ମଞ୍ଚେରିୟଲ ଜିଲ୍ଲା ରାମକୃଷ୍ଣପୁର ଥାନା ଅନ୍ତର୍ଗତ ଭେଙ୍କଟପୁର ଗାଁରେ ଘଟିଛି। ଅଗ୍ନିକାଣ୍ଡ ଘଟିଥିବା ନେଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।






More Stories
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..