ରିପୋର୍ଟ କାର୍ଡ / ବଲାଙ୍ଗିର
ସ୍କୁଲର ବାର୍ଷିକ କ୍ରୀଡ଼ା ବେଳେ ଜଣେ ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିଯାଇଛି | ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଘଟିଛି । ଜଣେ ଛାତ୍ର ଜାଭେଲିନ୍ ପ୍ରାକ୍ଟିସ୍ କରୁ କରୁ ତାହା ଅନ୍ୟ ଜଣେ ଛାତ୍ରଙ୍କ ବେକରେ ପଶିଯାଇଛି। ଗୁରୁତର ହୋଇଥିବା ଛାତ୍ର ହେଲେ ନବମ ଶ୍ରେଣୀର ସଢାନନ ମେହେର । ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି। ଜାଭେଲିନ କାଢ଼ିବା ପାଇଁ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କ ଅପରେସନ ଚାଲିଥିବା ନେଇ ସୂଚନା ମିଳିଛି |






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..