ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅଚ୍ଚର୍ନା ନାଗ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ସେତେ ଅର୍ଚନା ନାଗଙ୍କ ଅଡୁଆ ବଢ଼ିବାରେ ଲାଗିଛି | ଇଡି ଶନିବାର ଅର୍ଚ୍ଚନା ଓ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ଜେରାରେ ୪ ଇଡି ଅଧିକାରୀ ଓ ୨ ଜଣ ସାକ୍ଷୀ ସାମିଲଥିଲେ । ଜେରା ବେଳେ ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ଶ୍ରଦ୍ଧାଞ୍ଜଳୀ ମୁହଁ ଖୋଲିଛନ୍ତି । ଶ୍ରଦ୍ଧାଞ୍ଜଳୀଙ୍କ କହିବା ମୁତାବକ, ‘ହନିଟ୍ରାପ୍ ଅର୍ଥରୁ ଅର୍ଚ୍ଚନା ନେଉଥିଲେ ସିଂହଭାଗ । ଇଡିକୁ ଏକାଧିକ ବ୍ୟକ୍ତିଙ୍କ ନାଁ କହିଛନ୍ତି ଶ୍ରଦ୍ଧାଞ୍ଜଳୀ । ଅନ୍ୟପଟେ ED ହାତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ୨ଟି ଡାଏରୀ ସଂଗ୍ରହ କରିଛି ଇଡି । ଏହି ଡାଏରୀରୁ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବା ନେଇ ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏପଟେ ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍କୁ ଯାଇ ରିପୋର୍ଟ ମାଗିଛି ଇଡି । ଏପର୍ଯ୍ୟନ୍ତ ଡିଜିଟାଲ ଏଭିଡେନସ୍ ରିପୋର୍ଟ ଦେଇନି ରାଜ୍ୟ ଫୋରେନସିକ ଲ୍ୟାବ ।






More Stories
ଶିମିଳିପାଳରେ ହେବ ହେଲିପ୍ୟାଡ୍…..
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..