ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ରାଜଧାନୀ ସିଲଙ୍ଗ ଗସ୍ତ କରିଛନ୍ତି । ସିଲଙ୍ଗରେ ପହଞ୍ଚିବା ସହ ଉତ୍ତର-ପୂର୍ବ ପରିଷଦର ୫୦ ତମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦିଇ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି | କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ବିକାଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏବେ ବି ମଧ୍ୟ ବିକାଶ ଆଗେଇ ଚାଲିଛି । ଜାରି ରହିଥିବା ସମସ୍ତ ବିକାଶ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ମେଘାଳୟ-ତ୍ରିପୁରା ଗସ୍ତ ସମୟରେ ୬,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହି ପ୍ରକଳ୍ପ ଗୁଡିକରେ ଲୋକଙ୍କ ପାଇଁ ଘର, ରାସ୍ତା, କୃଷି, ଟେଲିକମ୍, ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଏବଂ ଆତିଥ୍ୟ ସମେତ ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
ଶିମିଳିପାଳରେ ହେବ ହେଲିପ୍ୟାଡ୍…..
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..