ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
। ସ୍ୱାମୀ ସାଜିଲା ସୈତାନ | ଅତି ନୃଶଂସ ଭାବରେ ପତ୍ନୀକୁ ୧୨ ଖଣ୍ଡ କରି ଫିଙ୍ଗି ଦେଇଛି ସ୍ୱାମୀ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡ ବୋରିଆ ଜିଲ୍ଲାରେ | ଦିଲଦାର ଅନସାରୀ ନିଜ ୨୨ ବର୍ଷୀୟ ପତ୍ନୀ ରବିକ ପହାଡନକୁ ହତ୍ୟା କରିବା ପରେ ତାଙ୍କ ମର ଶରୀରକୁ ଇଲେକ୍ଟ୍ରିକ୍ କଟର୍ରେ ୧୨ ଖଣ୍ଡ କରି କାଟି ଦେଇଛି। ଏହାପରେ ମାଂସ ଟୁକୁଡାକୁ ଏଣେ ତେଣେ କରି ଫିଙ୍ଗି ଦେଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ସୂଚନା ଅନୁସାରେ- ରବିକା ପାହାଡନ୍ ଦିଲଦାରଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ପ୍ରେମ ବିବାହ କରିବା ପରେ ରବିକା ତାଙ୍କ ସ୍ୱାମୀ ଦିଲଦାରଙ୍କ ସହ ବେଲଟୋଲା ସ୍ଥିତ ଘରେ ରହୁଥିଲେ। ପ୍ରାୟ ଦୁଇ ବର୍ଷ ହେବ ଉଭୟ ଏକାଠି ରହୁଥିଲେ। ଏହାପରେ ଦିଲଦାର ଓ ରବିକାଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା। ତେବେ ଝଗଡାର କିଛି ଦିନ ପରେ ରବିକା ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ପୁଲିସରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ବେରିଆ ଥାନା ପୋଲିସର କହିବା ମୁତାବକ, ଶନିବାର ସନ୍ଧ୍ୟାରେ ସନ୍ଥାଲି ମୋମିନ ଟୋଲ ନିକଟସ୍ଥ ଏକ ଘର ଓ ତା’ ଆଖପାଖ ଅଞ୍ଚଳରୁ ମହିଳାଙ୍କ ମର ଶରୀର ୧୨ ଖଣ୍ଡ ଜବତ ହୋଇଛି। ତେବେ ମହିଳାଙ୍କ ବେକର ଉପର ଭାଗ ଅଂଶ ଓ ମୁଣ୍ଡ ମିଳିନି। ପୋଲିସ ଅଭିଯୁକ୍ତଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।






More Stories
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……