ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ। ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ।
ବୃଷ : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ। ଶୁଭ ରଙ୍ଗ ଧଳା ଓ ଶୁଭ ଅଙ୍କ ୨।
ମିଥୁନ : ପ୍ରବଚନ ପ୍ରଦାନର ପୂର୍ବ ପ୍ରସ୍ତୁତିସ୍ବରୂପ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଶୁଭ ଅଙ୍କ ୫ ଓ ଶୁଭ ରଙ୍ଗ ସବୁଜ।
କର୍କଟ : କାର୍ଯ୍ୟ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ପରେ ସୁଧାର ଆସିବ। କୃଷି କ୍ଷେତ୍ରରୁ ଭଲ ଆୟ ଆସିବ। ଶୁଭ ଅଙ୍କ ୨ ଓ ଶୁଭ ରଙ୍ଗ ଧଳା।
ସିଂହ : ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଧର୍ମୀୟ ଚିନ୍ତନଯୁକ୍ତ ହେବେ। ଶୁଭସଂଖ୍ୟା ୧ ଓ ଶୁଭ ରଙ୍ଗ ଗୋଲାପି।
କନ୍ୟା : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। କୀର୍ତ୍ତିମାନ୍ ହେବେ। ସହିଷ୍ଣୁ ଓ ଅତିସୁଖୀ ହୋଇପାରନ୍ତି। ଶୁଭ ଅଙ୍କ ୫ ଓ ଶୁଭରଙ୍ଗ ସବୁଜ।
ତୁଳା : ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ଅଙ୍କ ୬ ଓ ଶୁଭରଙ୍ଗ ଧଳା।
ବିଛା : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଥଣ୍ଡାଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ।
ଧନୁ : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳ ହେବେ। ଶୁଭ ଅଙ୍କ ୩ ଓ ଶୁଭ ରଙ୍ଗ ହଳଦୀ।
ମକର : କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତବାରଣ ଅନୁକୂଳ ରହିଛି। ଶୁଭ ଅଙ୍କ ୪ ଓ ଶୁଭ ରଙ୍ଗ କମଳା।
କୁମ୍ଭ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ ବ୍ୟବହାର କରିବେ। ପ୍ରତିଯୋଗିତାରେ କୃତିତ୍ବ ଲାଭ କରିବେ। ଶୁଭ ଅଙ୍କ ୮ ଓ ଶୁଭରଙ୍ଗ କଳା।
ମୀନ : ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ସାରାଦିନ ଅସୂୟା ମନୋଭାବର ହୋଇପାରନ୍ତି। ଦୁଶ୍ଚିନ୍ତାରେ ଗତିକରିବେ। ଜଳଯାତ୍ରାରେ ବିପଦ ଅଛି। ଶୁଭ ଅଙ୍କ ୩ ଓ ଶୁଭରଙ୍ଗ ହଳଦୀ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..