ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ | ୯୬ ଜଣ କନିଷ୍ଠ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି। ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ସ୍ବରୂପ ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୧୫୪ ପ୍ରାଥମିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଶିକ୍ଷା ବ୍ୟସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ଗତ ୧୬ ଏବଂ ୧୭ ତାରିଖରେ ସେଣ୍ଟ୍ରାଲ ଜୋନ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ପାଇଁ ଦୁଇଦିନିଆ କର୍ମଶାଳା ଓ ସମିକ୍ଷା ଅନୁଷ୍ଠିତ ହୋଇଯାଇଛି । ତେବେ ବହୁ ଦିନ ଧରି ଅନେକ ଶିକ୍ଷକ ଅନୁପସ୍ଥିତ ରହିଥିବା ଏହି କର୍ମଶାଳାର ସମିକ୍ଷା ବୈଠକରେ ସରକାରଙ୍କ ନଜରକୁ ଆସିଥିଲା । ତେଣୁ ଦିର୍ଘଦିନ ଧରି ଅନୁପସ୍ଥିତ ଥିବା ୨୬ ଜଣ ଶିକ୍ଷକ ବିରୁଦ୍ଧରେ ସରକାର ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛନ୍ତି । ଏହା ବ୍ୟତିତ ୧୫୪ ଜଣ ଶିକ୍ଷକଙ୍କୁ ଦିର୍ଘ ଦିନ ଧରି ଅନୁପସ୍ଥିତ ଥିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।






More Stories
ଶିମିଳିପାଳରେ ହେବ ହେଲିପ୍ୟାଡ୍…..
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..