ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଉରକେଲାରେ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ | ଏନେଇ ବିମାନ ଚଳପ୍ରଚଳ କରିବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ସୋମବାର ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ସମେତ ରାଉରକେଲା ବିମାନ ବନ୍ଦର ଓ ଅନ୍ୟାନ୍ୟ ଭିତ୍ତିଭମି ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଉରକେଲା ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏୟାରଷ୍ଟ୍ରିପ ନିର୍ମାଣ ଓ ଟର୍ମିନାଲ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଡିଜିସିଏ ମଧ୍ୟ ଅନୁଧ୍ୟାନ କରିସାରିଛନ୍ତି । ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବ ବୋଲି ସେ ଆଶା କରୁଛନ୍ତି ।ଉଡ଼ାଣ ଯୋଜନାରେ ଖେଳାଳିମାନଙ୍କ ପାଇଁ ୪ଟି ବିମାନ ଉଡ଼ାଣ ସୁବିଧା ମିଳିବ । ପ୍ରାଥମିକ ପର୍ଯ୍ୟାୟରେ ‘ଏଲାଏନ୍ସ ଏୟାର’ ଏୟାରଲାଇନ ଉଡ଼ାଣ ଯୋଜନାରେ ବିମାନ ସେବା ଯୋଗାଇ ଦେବ । ଏହାବ୍ୟତୀତ ଖେଳାଳିଙ୍କୁ ଭୁବନେଶ୍ୱରରୁ ରାଉରକେଲା ନେବା-ଆଣିବା ପାଇଁ ମଧ୍ୟ ଚାର୍ଟର ବିମାନକୁ ବୁକିଂ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।






More Stories
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……