ରିପୋର୍ଟ କାର୍ଡ / ତାଳଚେର
ତାଳଚେରରେ ଚୋରୀ, ଡକାୟତି ଓ ଖଣିରୁ କୋଇଲା ଲୁଟ୍ ରୁକିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି | ୧୨୩ ସିସିଟିଭି କୋଇଲା ଲୁଟ୍ ଉପରେ ନଜର ରଖିବ |ଏନେଇ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଅନୁଗୋଳ ଜିଲ୍ଲାର ତାଳଚେର ସହର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଯାଇଥିବା ବେଳେ ବିଶେଷ କରି ତାଳଚେର ସହରରେ ଅପରାଧ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବହୁ ବିଳମ୍ବରେ ହେଲେ ମଧ୍ୟ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ତାଳଚେର ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ଏକ ଡାଟା ବେଶ ପ୍ରସ୍ତୁତ କରାଯାଇଛି। ତାଳଚେର ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯିବାକୁ ଥିବା ସିଟି ସର୍ଭେଲାନ୍ସ ସିଷ୍ଟମ ଦୁହିଁଙ୍କ ପାଖରେ ରହିବ। ଉକ୍ତ ସିଟି ସର୍ଭେଲାନ୍ସ ସିଷ୍ଟମର କଣ୍ଟ୍ରୋଲ ରୁମ ତାଳଚେର ଏସ୍ଡ଼ିପିଓ କାର୍ଯ୍ୟାଳୟ, ତାଳଚେର ଥାନା ଏବଂ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରହିବ।






More Stories
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..