Report Card Odisha

| Daily Odia News

ଆପ୍‌ଠୁ ୯୭ କୋଟି ଆଦାୟ କରିବାକୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାରୀ ଟଙ୍କାରେ ଦଳୀୟ ବିଜ୍ଞାପନ ପାଇଁ ଆମ୍ ଆଦମୀ ପାର୍ଟି ଠାରୁ ୯୭ କୋଟି ଟଙ୍କା ଆଦାୟ କରାଯିବ | ଦିଲ୍ଲୀ ଉପରାଜ୍ୟପାଳ ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ଆପ୍‌ଠାରୁ ଏହି ଟଙ୍କା ଆଦାୟ କରିବାକୁ କୁହାଯାଇଛି। ୨୦୧୫ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୧୬ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ୨୦୧୬ CCRGA ଆଦେଶ ପରେ ଏଲ୍‌ଜିଙ୍କ ଏହି ନିର୍ଦ୍ଦେଶ ଆସିଛି | ଯାହାକୁ ଆପ୍ ସରକାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବର୍ଷ ୨୦୧୫ରେ ଅରବିନ୍ଦ କେଜ୍ରିୱାଲ ସଂଖ୍ୟା ଗରିଷ୍ଠତା ହାସଲ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ ନିଜ ସରକାରୀ କାମ ଓ ନିଷ୍ପତ୍ତିର ପ୍ରଚାର ପ୍ରସାର କରିବା ଆରମ୍ଭ କରିଥିଲେ। ମେ’ ୨୦୧୫ରେ କେନ୍ଦ୍ର ଓ ରାଜ୍ୟ ସରକାର ନେଇଥିବା ବିଜ୍ଞାପନ ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଏହି ଆଦେଶକୁ ଭିତ୍ତି କରି ଏପ୍ରିଲ ୨୦୧୬ରେ ଏକ ୩ ସଦସ୍ୟ କଣ୍ଟେଣ୍ଟ ରେଗୁଲେସନ କମିଟି ଗଠନ କରାଯାଇଥିଲା। ଅଗଷ୍ଟ ୨୦୧୬ରେ ଦିଲ୍ଲୀ ସରକାର ବନାମ ଏଲଜିଙ୍କ ଅଧିକାର ମାମଲାରେ ଦିଲ୍ଲୀ ସରକାର ହାଇକୋର୍ଟରେ ପରାଚୟ ହୋଇଥିଲେ। ତା’ପରେ କେଜ୍ରିୱାଲ ସରକାରଙ୍କ ସମସ୍ତ ନିଷ୍ପତ୍ତିର ତଦନ୍ତ ଆରମ୍ଭ ହୋଇଥିଲା। କେଜ୍ରିୱାଲ ସରକାର ଜିତିବା ପରେ ଦିଆଯାଇଥିବା ସମସ୍ତ ବିଜ୍ଞାପନକୁ ସେହି ରେଗୁଲେସନ କମିଟିକୁ ପଠାଯାଇଥିଲା। ନିୟମ ବିରୋଧରେ ଯାଇ ଦଳୀୟ ବିଜ୍ଞାପନକୁ ସରକାରୀ ବିଜ୍ଞାପନ କହି ଆପ୍ ସରକାରଙ୍କ ୯୭ କୋଟି ଟଙ୍କା ଖର୍ଚ୍ଚ କରିଥିବା କମିଟି ଅଭିଯୋଗ କରିଥିଲା। ଏହାପରେ ଆମ୍ ଆଦମୀ ପାର୍ଟି ଠାରୁ ଉକ୍ତ ୯୭ କୋଟି ଟଙ୍କା ଆଦୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Breaking News