ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଦୁଷ୍ଟ ବ୍ୟକ୍ତିଙ୍କ ପ୍ରରୋଚନାରେ ଏପରି କାର୍ଯ୍ୟ ନ କରନ୍ତି ଯେଉଁଥିପାଇଁ ସନ୍ତପ୍ତ ହେବାକୁ ପଡ଼ିବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ସେବା ପରାୟଣ ହୋଇପାରନ୍ତି। ଶାଶ୍ବତ ସତ୍ୟର ସନ୍ଧାନ ପାଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ପତ୍ନୀଙ୍କ କର୍ମକୁଶଳତା ପାଇଁ ଗର୍ବିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ।
ମିଥୁନ: ପରୋପକାରରେ ବ୍ରତୀ ହୋଇ କୃପା ନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ସୁସ୍ଥ ରହିବେ। କୌଶଳରେ ଶତ୍ରୁ ଦମନ କରିପାରନ୍ତି। ଧର୍ମ ଧ୍ବଜାଧାରୀ ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
କର୍କଟ: କର୍ମଚଞ୍ଚଳ ରହିବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।
ସିଂହ: ସାମାଜିକ କ୍ଷେତ୍ରରେ ଯଶ-କୀର୍ତ୍ତି ସ୍ଥାପନ କରିପାରନ୍ତି। କୃଷି କର୍ମକୁ ବ୍ୟବସ୍ଥିତ ଢଙ୍ଗରେ, ଅଧିକ ପରିଶ୍ରମ କରି ଫଳଦାୟକ କରିପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଯାନବାହନ ସୁଖ ମିଳିବ। ସୁସ୍ଥ ରହିବେ।
କନ୍ୟା: ଈଶ୍ବରୀୟ ଚେତନାରେ ଶକ୍ତିସମ୍ପନ୍ନ ହେବେ। ମନ ପ୍ରସନ୍ନ ରହିବ। ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି। ପାପ ତାପ ପରିପୂରକ ହେବେ। ଭାଷା ପ୍ରେମପୂର୍ଣ୍ଣ ହେବ। ଆଦରର ପାତ୍ର ହେବେ।
ତୁଳା: ଆପଣଙ୍କ ବିଳାସପୂର୍ଣ୍ଣ ଜୀବନର ଡୋରି ଭାଗ୍ୟ ହାତରେ ରହିଯିବ। ପଡ଼ୋଶୀଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖି ସତର୍କରେ ଚଳିବାକୁ ପଡ଼ିବ। ଶାନ୍ତିପ୍ରିୟ, ସହନଶୀଳ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେତୁ ନିଜେ ଖାଇ, ଖୁଆଇ, ମିଷ୍ଟାନ୍ନ ଦ୍ରବ୍ୟ ଅନାହାରୀଙ୍କୁ ବଣ୍ଟନ କରିପାରନ୍ତି। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରଶଂସାର ପାତ୍ର ହେବେ। ସର୍ବତ୍ର ବିଜୟୀ ହେବେ।
ଧନୁ: ସୁଖ ଓ ବିନୀତ ବେଶ, ଭାଷାସମ୍ପନ୍ନ ହେବ। ମହାଭୋଗ ଆଶା କରାଯାଏ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ସାଧନା ଫଳବତୀ ହେବ। ବିଦ୍ବାନ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ସତ୍ୟପରାୟଣ ହେବେ।
ମକର: ମାଟି ମୁଠାଏ ହାତରେ ଧରିଲେ ତାହା ସୁନା ପାଲଟି ଯିବାର ଯୋଗ ଅଛି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।
କୁମ୍ଭ: କର୍ମତତ୍ପର ରହିବେ। କ୍ଷମା, ଧୈର୍ଯ୍ୟ, ବାହ୍ୟଶୁଦ୍ଧି କାହାରିଠାରେ ଶତ୍ରୁଭାବ ନ ରହିବା ଏବଂ ନିଜଠାରେ ପୂଜ୍ୟତାଭିମାନର ଅଭାବ; ଏସବୁ ହେଉଛି। ଦୈବୀସମ୍ପଦ ନେଇ ଜନ୍ମଲାଭ କରିଥିବା ପୁରୁଷ ଆପଣ।
ମୀନ: ନିଜର ଭାଗ୍ୟନିୟନ୍ତା ନିଜେ ହୋଇପାରନ୍ତି। ସ୍ବକର୍ମ ଆପଣଙ୍କୁ ଆଣିଦେବ ସୁଖ-ସମୃଦ୍ଧି। ଧର୍ମାତ୍ମା, ବିଦ୍ବାନ ଓ ସାହସୀ ହେବେ। ସମ୍ପତ୍ତିବାନ୍ ହୋଇପାରନ୍ତି। ପତ୍ନୀ ସୁଶୀଳା ଓ ଘରକରଣାଯୁକ୍ତା ହେବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..