ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ଗୌତ୍ତମ ବୁଦ୍ଧ ନଗର ଜିଲ୍ଲାର ଦନକୌର ଥାନା ଅଞ୍ଚଳରେ କୁହୁଡି ପାଇଁ ଏକ ବସ ଓ କଣ୍ଟେନର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ବସ୍ରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୂଚନାନୁଯାୟୀ, ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସୱେରେ ଗଲଗୋଟିୟା ବିଶ୍ୱବିଦ୍ୟାଳୟ ନିକଟରେ ଘନ କୁହୁଡି କାରଣରୁ ଏକ ଯାତ୍ରୀବାହୀ ବସ୍ ଆଗରେ ଯାଉଥିବା ଏକ କଣ୍ଟେନର ସହ ଧକ୍କା ହୋଇଥିଲା। ଧକ୍କା ହେବା ପରେ ବସ୍ ନିୟନ୍ତ୍ରଣ ହରାଇ ପ୍ରାୟ ୩୦ ଫୁଟ୍ ତଳକୁ ଖସି ଯାଇଥିଲା। ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୬୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ଆହତ ୨୪ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..