Report Card Odisha

| Daily Odia News

ଆସିଲା ଗୋବିନ୍ଦର ପ୍ରାଥମିକ କତଦନ୍ତ ରିପୋର୍ଟ, ନେଲେନି ଶବ….

ରିପୋର୍ଟ କାର୍ଡ / ବଲାଙ୍ଗୀର 

ଆସିଲା ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ | ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନାଏହି ରିପୋର୍ଟ ଦେଇଛନ୍ତି । ହେଡ କ୍ୱାର୍ଟର ଜେଲ ଡିଆଇଜି ଶୁଭକାନ୍ତ ମିଶ୍ରଙ୍କ ନିକଟକୁ ଆସିଛି ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ। ଆତ୍ମହତ୍ୟା ସମୟରେ କିଏ କିଏ ଉପସ୍ଥିତ ଥିଲେ ସେନେଇ ତଥ୍ୟ ରହିଛି।ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କୁହାଯାଇଛି। ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି।ଗୋବିନ୍ଦ ଗତକାଲି ଦିନ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି ଗୋବିନ୍ଦ। ଆତ୍ମହତ୍ୟା କରିବା ସମୟରେ ଜଣେ କଏଦୀ ଦେଖିଛନ୍ତି। ସେ ପାଟି କରି ଅନ୍ୟମାନଙ୍କୁ ଡାକିଛନ୍ତି। ଏନେଇ ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି, ଗୋବିନ୍ଦଙ୍କ ପକେଟରୁ ଲଫାପା ମିଳିବା କଥା ପ୍ରାଥମିକ ତଦନ୍ତ ରିପୋର୍ଟରେ ନାହିଁ। ଏନେଇ ଅଧିକ ତଦନ୍ତ ଚାଲିଛି। ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଗୋବିନ୍ଦର ପୋଷ୍ଟମର୍ଟମ ହୋଇଛି । କଡା ସୁରକ୍ଷା ମଧ୍ୟରେ ୩ଜଣିଆ ଏଫଏମଟି ପ୍ରଫେସର ଗୋବିନ୍ଦର ପୋଷ୍ଟମର୍ଟମ କରିଥିବା ବେଳେ ସମ୍ପୂର୍ଣ୍ଣ ଶବବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହୋଇଛି । ଶବବ୍ୟବଚ୍ଛେଦ ବେଳେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ କଣ୍ଟାବାଞ୍ଜି ତହସିଲଦାର ଉପସ୍ଥିତ ଥିଲେ । ପରେ ଶେଷରେ ଶବବ୍ୟବଚ୍ଛେଦ ହେବା ପରେ ଡାକ୍ତରଖାନାର ବାହାରକୁ ଗୋବିନ୍ଦର ଶବ ଅଣାଯାଇଥିଲା ।  ସେଠାରେ ଗୋବିନ୍ଦଙ୍କ  ଶବ ନେବାକୁ କାକା ଶ୍ୱଶୁର ମନା କରିଥିଲେ । କାକା ଶ୍ୱଶୁର  ଓ ଶାଳକ  ସେଠାରୁ କାରରେ ଚାଲିଯାଇଥିଲେ । ଏସଡିପିଓ ତୋଫାନ ବାଗ୍‌ ଓ ଆଇଆଇସି କେ. ପ୍ରିୟଙ୍କା ବହୁ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣିନଥିବା ଦେଖିବାକୁ ମିଳିଥିଲା ।

 

 

Breaking News