ରିପୋର୍ଟ କାର୍ଡ / ପୁରୀ
ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଜିତୁ ରଞ୍ଜନଙ୍କ ଘର ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଖୋଳତାଡ଼ ଆରମ୍ଭ କରିଛି। କିଛି ଦିନ ତଳେ ସେ ଡେଲାଙ୍ଗରୁ ବଦଳି ହୋଇ ଆସିଥିଲେ। ସେ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପାଇଁ ଲାଞ୍ଚ ଟଙ୍କା ନେଉଥିବା ଭିଜିଲାନ୍ସ ଅଧିକାରୀଙ୍କୁ କହିଛନ୍ତି।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..